
ଆସିକା,୨୨/୧୨ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ଗଣିତ ବିଭାଗର ବିଭାଗ ମୁଖ୍ୟ ପ୍ରାଧ୍ୟାପକ ବିଘ୍ନରାଜ ପାଢୀଙ୍କ ସଂଯୋଜନାରେ ବିଶ୍ବ ଗଣିତ ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଭାରତର ବିଶିଷ୍ଠ ଗାଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ସ୍ମୃତିଚାରଣ କରାଯାଇଥିଲା। ବିଭାଗ ମୁଖ୍ୟ ନିଜ ଅଭିଭାଷଣରେ କହିଥିଲେ, “ଗଣିତ ଏକ ଏପରି ଭାଷା ଅଟେ ଯେଉଁଥିରେ ଭଗବାନ ବିଶ୍ବର ପରିକଳ୍ପନା କରିଛନ୍ତି।” ଅଧ୍ୟକ୍ଷ ନିଜର ସ୍ବାଗତ ଭାଷଣ ରଖିଥିଲେ। ପ୍ରଶାସନିକ ଅଧିକାରୀ କେଦାର ନାଥ ପଣ୍ଡା ବିଶ୍ବ ବିଖ୍ୟାତ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଗଣିତ ବିଭାଗର ବିଦ୍ୟାର୍ଥୀମାନଙ୍କୁ ଆହ୍ବାନ କରିଥିଲେ। ଉପପ୍ରଶାସନିକ ଅଧିକାରୀ ଡ. ଅଭୟକେଶରୀ ପରିଚ୍ଛା ପଟ୍ଟନାୟକ ଗଣିତର ତାର୍କିକ ମହତ୍ତ୍ବକୁ ପ୍ରତିପାଦନ କରିଥିଲେ। ଗଣିତର ନବାଗତ ଅଧ୍ୟାପକ ଆକାଶ ବେହେରା ସଭାକାର୍ଯ୍ୟ ସଂପାଦନ କରିଥିଲେ। ପରିଶେଷରେ ଗଣିତ ଅଧ୍ୟାପକ ଚିତ୍ରସେନ ବେହେରା ମଞ୍ଚାସୀନ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



