ଜିଲ୍ଲାରେ ଧାନ ମଣ୍ଡି ଖୋଲିବା ପାଇଁ ବିଜେପି ପକ୍ଷରୁ ଦାବି ପତ୍ର ପ୍ରଦାନ

33

ଢ଼େଙ୍କାନାଳ,୨୧/୧୨ : ଢ଼େଙ୍କାନାଳ ଜିଲ୍ଲାରେ ତୁରନ୍ତ ଧାନ ମଣ୍ଡି ଖୋଲିବାକୁ ନେଇ ଆଜି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଡିସେମ୍ବର ୧ ରୁ ରାଜ୍ୟରେ ଧାନ ମଣ୍ଡି ଖୋଲିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଥିବାବେଳେ ଆଜି ପର୍ୟ୍ୟନ୍ତ ମଧ୍ୟ ଢ଼େଙ୍କାନାଳ ଜିଲ୍ଲାରେ ଧାନମଣ୍ଡି ଖୋଲାଗଲା ନାହିଁ।ଫଳରେ ଚାଷୀ ଅମଳ କରିଥିବା ଧାନ କୁ ସାଇତି ନରଖି ପାରି ବାଧ୍ୟ ହୋଇ ଦଲାଲ ହାତରେ ଶାଗମାଛ ଦରରେ ଧାନ ବିକ୍ରି କରୁଛି।ତୁରନ୍ତ ଧାନ ମଣ୍ଡି ଖୋଲିବା ସହ ପୂର୍ବରୁ ଯେଉଁ ଭଳି ପ୍ରତି କୁଇଣ୍ଟଲ ରେ ୫ କେଜି ର କଟନି ଛଟନି କରାଯାଇଥିଲା ତାହା କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଦାବି ହୋଇଛି।ଧାନ, ଅଖା ,ସୁତୁଲି ଆଦିର ଉଚିତ ମୂଲ୍ୟ ଚାଷୀ ଙ୍କୁ ପ୍ରଦାନ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି।ଜିଲ୍ଲାରେ ତୁରନ୍ତ ଯଦି ଧାନ ମଣ୍ଡି ଖୋଲା ନଯାଏ ଓ ଦାବି ଗୁଡ଼ିକ ପୂରଣ କରାନଯାଏ ତେବେ ଦଳ ପକ୍ଷରୁ ଆଗାମୀ ଦିନରେ ବ୍ୟାପକ ଚାଷୀ ଆନ୍ଦୋଳନ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।