
ଗୁଣପୁର,୨୦/୧୨ : ଗୁଣପୁର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସ୍ଵତନ୍ତ୍ର ଶିବିର ଉଦ୍ଘାଟିତ ହୋଇଯାଇଛି । ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଣପୁର ତହସିଲଦାର ଶ୍ରୀଯୁକ୍ତ ଶରତ ଚନ୍ଦ୍ର ନାୟକ ଯୋଗଦେଇ ଦେଶ ଗଠନରେ ଯୁବ ଶକ୍ତିର ବିଶେଷ ଭୂମିକା ରହିଥିବା ବେଳେ ଜାତୀୟ ସେବା ଯୋଜନା ମାଧ୍ୟମରେ ଏଭଳି ଶିବିର ଦ୍ଵାରା ଛାତ୍ରଛାତ୍ରୀ ସାମାଜିକ ସେବା ନେଇ ବହୁତ କିଛି ଶିକ୍ଷା ଲାଭ କରିବା ସହ ଭବିଷ୍ୟତ ଜୀବନରେ ଏକ ସୁନାଗରିକ ଭାବେ ଗଢିତୋଳିବେ ବୋଲି କହିଥିଲେ । ଏହି କାର୍ୟ୍ୟକ୍ରମରେ ସମ୍ମାନିୟ ଅତୀଥି ଭାବରେ ପ୍ରାଧ୍ୟପକ ତଥା ଏନ୍ ଏସ ଏସ ର ଜିଲ୍ଲା କାର୍ୟ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶଶିଭୂଷଣ ମହାନ୍ତି ଯୋଗ ଦେଇଥିବା ବେଳେ କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୂର୍ୟ୍ୟ ନାରାୟଣ ପଣ୍ଡା ପୈ।ରହିତ କରିଥିଲେ । କାର୍ୟ୍ୟକ୍ରମ ପ୍ରାରମ୍ଭରେ ଏନ୍ ଏସ ଏସ ୟୁନିଟ ୧ର ଅଧିକାରୀ ତଥା ଅଧ୍ୟାପକ ଶ୍ରୀ ଅମୀୟ ରଞ୍ଜନ ମହାନ୍ତି ସ୍ଵାଗତ ଭାଷଣ ଦେଇ ଏହି ଶିବିରରେ ଶିବିରାର୍ଥୀ ସ୍ଵଚ୍ଛ ଭାରତ କାର୍ୟ୍ୟକ୍ରମ ହାତକୁ ନେବା ସହ ବୃକ୍ଷରୋପଣ ନେଇ ଲୋକଙ୍କୁ ସଚେତନତା କରିବା, ସ୍ବାସ୍ଥ୍ୟ ସଚେତନତା, ସାକ୍ଷରତ।, ବାଲ୍ୟବିବାହ ରୋକିବା , ସ୍ୱେଛାକୃତ ରକ୍ତଦାନ ଭଳି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ଏଥିସହ ପୋଷ୍ୟଗ୍ର।ମ ଭାବେ ହାଉସଂ ବୋର୍ଡ ଓ ବନ୍ଦୁଗୁଡ଼ା ଗ୍ରାମକୁ ଚିହ୍ନଟ କରାଯାଇ ସେଠାରେ ଉପରୋକ୍ତ କାର୍ୟ୍ୟକ୍ରମ ହାତକୁ ନିଆଯିବ ବୋଲି ସୂଚନା ଦେଇଥିଲେ । ଏହି ଶିବିରରେ ୧୦୦ଜଣ ସ୍ୱେଛାସେବି ଛାତ୍ର ଛାତ୍ରୀ ଶାଖା ନଂ ୧ ଓ ୨ ର ଅଂଶ ଗ୍ରହଣ କରିଥିବା ବେଳେ ଏହା ୨୦/୧୨/୨୦୨୨ ତାରିଖ ଠାରୁ ଆରମ୍ଭ ହୋଇ ୨୬/୧୨/୨୦୨୨ ତାରିଖରେ ଉଦଯାପିତ ହେବ ବୋଲି ସୂଚନା କରିଥିଲେ । ପରିଶେଷରେ ୟୁନିଟ ୨ର କାର୍ୟ୍ୟକ୍ରମ ଅଧିକାର ସୁଶ୍ରୀ ଡଃ ଦେବିଶ୍ରୀ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଅପରାହ୍ନରେ ସ୍ୱେଛାସେବି ମାନଙ୍କଦ୍ୱାରା ପଲିଥିନ ମୁକ୍ତ ସବୁଜ ପରିବେଶ ସୃଷ୍ଟି ପାଇଁ ଉଭୟ ପୋଷ୍ୟ ଗ୍ରାମ ଗୁଡ଼ିକରେ ବିଭିନ୍ନ ସ୍ଲେ। ଗାନ ଦେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।



