ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀମାନଙ୍କ ସ୍ବାଗତ ସମାରୋହ ସଭା

113

ଗୁଣୁପୁର,୧୮/୧୨(ଜିଲ୍ଲା ଖବର) : ଗୁଣପୁର ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ନାତକ ଓଡ଼ିଆ ସମ୍ମାନ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ବାଗତ ସମାରୋହ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ଯକ୍ଷ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ସଭାପତିତ୍ବ କରିଥିଲେ । ଓଡ଼ିଆ ବିଭାଗ ପକ୍ଷରୁ ଛାତ୍ର ସୁଧାଂଶୁ ଶ୍ରୀରାମ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଜଗନ୍ନାଥ ଦୀପ୍ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ମହାବିଦ୍ୟାଳୟର ଅନ୍ଯାନ୍ୟ ବିଭାଗର ଅତିଥିମାନଙ୍କ ମଧ୍ୟରେ ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡା, ଇତିହାସ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡକ୍ଟର ଜୱାହାରଲାଲ ଚୌଧୁରୀ, ରସାୟନ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି, ଆଇକ୍ଯୁଏସି ସଂଯୋଜକ ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି, ଶିକ୍ଷା ବିଭାଗର ମୁଖ୍ଯା ଅଧ୍ୟାପିକା ପୁଷ୍ପାଞ୍ଜଳି ସାହୁ ତଥା ଓଡିଆ ବିଭାଗର ଅଧ୍ୟାପକ ଗୋକୁଳାନନ୍ଦ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା, ସଂସ୍କୃତି, ପରଂପରାର ମୂଲ୍ୟବୋଧ ତଥା ଓଡିଆ ଭାଷା ଓ ସାହିତ୍ୟର ମର୍ଯ୍ଯାଦା ରକ୍ଷା କରିବା ଦିଗରେ ମାର୍ଗଦର୍ଶନ କରିଥିଲେ । ସେହିପରି ମହାବିଦ୍ୟାଳୟରେ ଉପଲବ୍ଧ ପାଠାଗାରର ସଦୁପଯୋଗ କରିବା ଏବଂ ଭବିଷ୍ୟତରେ ଅନୁଷ୍ଠାନର ସୁନାମ ରଖିବା ପାଇଁ ସଦୁପଦେଶ ଦେଇଥିଲେ । ଶେଷରେ ସଭାପତିଙ୍କ ଅଭିଭାଷଣ ପରେ ଛାତ୍ର ସନ୍ତୋଷ କୁମାର ଦୋରା ଧନ୍ୟବାଦ ଜ୍ଞାପନ କରିଥିଲେ ।