ସୋମନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉଛବ

164

ଧରାକୋଟ,୧୮/୧୨(ଜିଲ୍ଲା ଖବର) : ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉଛବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ନିକଟସ୍ଥ କୋଠରୀ ମନ୍ଦିର ଠାରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ବିଦ୍ୟାଳୟର ଖେଳ ପଡିଆ ରେ ପହଂଚିବା ପରେ ଅଧ୍ୟକ୍ଷ ଦିଗାମ୍ବର ବିଶୋଇ କ୍ରୀଡ଼ା ଜ୍ୟୋତି ଗ୍ରହଣ କରି କ୍ରୀଡା ପ୍ରତିଯୋଗିତା ର ଶୁଭାରମ୍ଭ କରି ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଦୌଡ଼, ସଟଫୁଟ, ଜଭେଲିନ, ଡିସକସ, ଉଚ୍ଚଡିଆଁ,ଲମ୍ବଡିଆଁ, ଟ୍ରିପଲ୍ ଡ଼ିଆଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବାଳିକା ବିଭାଗରେ ଆଶା ବେହେରା ଓ ବାଳକ ବିଭାଗରେ ଅଦିତ୍ୟ କୁମାର ବାଡତ୍ୟା ଚମ୍ପିୟାନ ହୋଇଥିଲେ । ଉଦଯାପନୀ ଉତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଉମା ଚରଣ ପାଣିଗ୍ରାହୀ , ବୁଚି ରାଓ ଦୋରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡାର ମହାନତା ସହ ଏହାକୁ ଆଦର୍ଶ ଭାବେ ଗ୍ରହଣ କରି ଦକ୍ଷ କ୍ରୀଡାବିତ୍ ଭାବରେ ନିଜକୁ ଗଢି ତୋଳିବା ପାଇଁ ପରାମର୍ଶ ଦେଇଥିଲେ। ଶୃଙ୍ଖଳା, ସମୟାନୁବର୍ତିତା ଓ ସୁସ୍ଥ ଶରୀର ଗଠନ ପାଇଁ କ୍ରୀଡା ଉପଯୁକ୍ତ ମାଧ୍ୟମ ବୋଲି ଉପସ୍ଥିତ ଅତିଥି ମାନେ ମତ ରଖିଥିଲେ।କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଶାରୀରିକ ଶିକ୍ଷକ କେ ନାନବାବୁ ଦୋରା ସମସ୍ତ କ୍ରୀଡା କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ବମକେଇ ବିଦ୍ୟାଳୟର ପ୍ରଦୀପ କୁମାର ପ୍ରଧାନ,ପାଟପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଲକ୍ଷ୍ମଣ ସାହୁ,ଶେରଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସୁଧାଂଶୁ ମୋହନ ପ୍ରଧାନ,ରାଣୀ ପାର୍ବତୀ ବିଦ୍ୟାଳୟର ହରିଶଙ୍କର ପତି ଙ୍କ ସହ ପ୍ରାକ୍ତନ ଛାତ୍ର ବସନ୍ତ କୁମାର ନାୟକ ଓ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ପ୍ରତିଯୋଗିତା ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।