
ଧରାକୋଟ,୧୭/୧୨(ଜିଲ୍ଲା ଖବର) : ଆୟୁଷ୍ମାନ ଭାରତ ଯୋଜନା ଅଧିନସ୍ଥ ଏମ ଆଇ ଏସ ଅଭିଯାନର ଆଭା ଆଇଡି ସଂଯୋଗ କ୍ଷେତ୍ରରେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ଦ୍ଧାରିତ ଟାର୍ଗେଟ ଠାରୁ 400 ପ୍ରତିଶତ ଅଧିକ ସଂଯୋଗ ସୃଷ୍ଟି କରି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛି।ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ 17 ଗୋଟି ଉପ କେନ୍ଦ୍ର ର ସ୍ବାସ୍ଥ୍ୟ କର୍ମୀ ମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସଫଳ ହୋଇଛି ବୋଲି ଅଧିକ୍ଷକ ଡାକ୍ତର ଏମ ଭି କେ ଅଶୋକ ପ୍ରକାଶ କରିଛନ୍ତି। ସମସ୍ତ ଉପ କେନ୍ଦ୍ର ଶହେ ପ୍ରତିଶତ ସଂଯୋଗ ସୃଷ୍ଟି କରିଥିବା ବେଳେ ଧରାକୋଟ ଉପକେନ୍ଦ୍ର ଗୋଷ୍ଠୀ ସ୍ତରରେ ପ୍ରଥମ, ଢ଼ଉଗାଁ ଉପକେନ୍ଦ୍ର୍ ଦ୍ଵିତୀୟ ଓ ବରଡ଼ାବାଲି ଉପକେନ୍ଦ୍ର ତୃତୀୟ ସ୍ଥାନ ଅଧିକାର କରିଛି । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁଶ୍ରୀ କୁମଲିନ ଏକା,ବହୁମୁଖି ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଧର୍ମେନ୍ଦ୍ର ସାହୁ,ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ଅଞ୍ଜନା ଖନ୍ଦୁଆଲ,ସୁଶ୍ରୀ ସୁକାନ୍ତି ମହାକୁଡ଼,ବିଷ୍ଣୁ ପ୍ରିୟା ରେଡ୍ଡୀ ଙ୍କସମେତ ସମସ୍ତ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ନିରଙ୍କୁଶ ପ୍ରଚେଷ୍ଟା ଯୋଗୁଁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କକ୍ଷ ସମ୍ମିଳନୀ କକ୍ଷରେ ଗତ 15 ତାରିଖ ଦିନ ଆଭା ସଂଯୋଗ ସହ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଛଅ ଗୋଟି ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ସଫଳତା ପାଇଁ ଅଧିକ୍ଷକ ଡାକ୍ତର ଏମ ଭି କେ ଅଶୋକ ସମସ୍ତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।



