ଆଶା କର୍ମୀ ଙ୍କ ଧାରଣା ସ୍ଥଗିତ

16

ଧରାକୋଟ,୧୭/୧୨(ଜିଲ୍ଲା ଖବର) : ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ନିଷ୍ପତି ପ୍ରକାରେ ଗତ 29 ତାରିଖ ଠାରୁ ଭୁବନେଶ୍ଵର ଠାରେ ସାତ ଦଫା ଦାବି ନେଇ ଚାଲିଥିବା ଧାରଣା ଆଜି ଠାରୁ ସ୍ଥଗିତ ରହିଛି। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ,ସଚିବ ଶାଳୀନୀ ପଣ୍ଡିତ ଓ ବିଭାଗୀୟ ନିର୍ଦ୍ଦେଶକ ଆସନ୍ତା ଜାନୁଆରୀ ମାସ ସୁଦ୍ଧା ସମାଧାନ ପାଇଁ ପ୍ରତିଶ୍ରୁତି ପ୍ରଦାନ ପରେ ଏହି ଧାରଣା ସ୍ଥଗିତ ରହିଛି। ଆଜି ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀ ସଭାପତି ଝୁଲି ଦାସ ଓ ସମ୍ପାଦକ ସସ୍ମିତା ପାଣିଗ୍ରାହୀ ଙ୍କ ନେତୃତ୍ବରେ ଅଧୀକ୍ଷକ ଡାକ୍ତର ଏମ ଭି କେ ଅଶୋକ ଙ୍କୁ ସାକ୍ଷାତ କରି କାର୍ଯ୍ୟରେ ଯୋଗଦେବା ପାଇଁ ଲିଖିତ ଭାବେ ଜଣାଇଥିଲେ ।