
ଧରାକୋଟ,୧୭/୧୨(ଜିଲ୍ଲା ଖବର) : ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମାଣିକ୍ୟପୁର ସେକ୍ଟର ଅନ୍ତର୍ଗତ ବାଦପୁର ଗ୍ରାମର କାର୍ଯ୍ୟରତ ଆଶା କର୍ମୀ ସଚଳା ନାୟକଙ୍କ ଆଜି ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ନିଜ ଗ୍ରାମ ରୁ ପୁଅ ସହ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆସୁଥିବା ବେଳେ ଜଗନ୍ନାଥ ପୁର ଶାସନ ଗ୍ରାମର ସନିକଟରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ତାଙ୍କୁ ପ୍ରଥମେ ଧରାକୋଟ ଓ ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ମିଳିବା ପରେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତ କର୍ମଚାରୀ ଓ ଆଶା କର୍ମୀ ଙ୍କ ମଧ୍ୟରେ ସୋକର ଛାୟା ଖେଳି ଯାଇଛି।



