ଚର୍ମ ବିଣ୍ଡି ରୋଗ ପାଇଁ ସଚେତନତା ଓ ଟୀକା କରଣ କାର୍ଯ୍ୟକ୍ରମ

45

ଧରାକୋଟ,୧୭/୧୨(ଜିଲ୍ଲା ଖବର) : ସମ୍ପ୍ରତି ଗାଈ ଗୋରୁଙ୍କ ଠାରେ ଦେଖା ଦେଇଥିବା ଚର୍ମ ବିଣ୍ଡି ରୋଗ ପରିପ୍ରେକ୍ଷୀରେ ଧରାକୋଟ ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି Iରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଓ ବ୍ଲକ ସ୍ତରରେ କଣ୍ଟ୍ରୋଲ ରୁମ ଖୋଲା ଯାଇ ପରିସ୍ଥିତି ଉପରେ ତୀକ୍ଷଣ ଦ୍ରୁଷ୍ଟି ରକ୍ଷା ଯାଇଅଛି I ବ୍ଲକରେ ତିନୋଟି ଡାକ୍ତରୀ ଦଳ ଡା.ଅନିତା ଦୋରା, ଡା. ମାନସ ରଞ୍ଜନ ପଲେଇ, ଡା. ରିଷି ନନ୍ଦଙ୍କ ନେତୃତ୍ୱ ରେ ପ୍ରତି ଦଳରେ ସହଯୋଗୀ କର୍ମଚାରୀ ଙ୍କୁ ନେଇ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ ଗାଁ ଗାଁରେ ବୁଲୁଛି I ପ୍ରତ୍ୟେକ ଦିନ ଡାକ୍ତରୀ ଦଳ କ୍ୟାମ୍ପ ମାଧ୍ୟମରେ ରୋଗାକ୍ରାନ୍ତ ଗାଈଙ୍କର ଚିକିତ୍ସା ସହିତ ସୁସ୍ଥ ପ୍ରାଣୀଙ୍କ ଟୀକାଦାନ କରୁଛନ୍ତି I ଏ ରୋଗ ନେଇ ଜନସାଧାରଣ ଆତଙ୍କିତ ହେବାର ନାହିଁ, ଏ ରୋଗ ଟିକା ଦ୍ଵାରା ନିୟନ୍ତ୍ରଣାଧୀନ ଏ ପରି ବାର୍ତ୍ତା ଲୋକଙ୍କ ପାଖରେ ପ୍ରାଣୀ ଚିକିତ୍ସା ବିଭାଗ ପହଞ୍ଚାଇବାକୁ ଉଦ୍ୟମ ଜାରି ରଖିଛି । ଗ୍ରାମାଞ୍ଚଳ ସହିତ ସହରାଞ୍ଚଳରେ ମଧ୍ଯ ଗାଇଗୋରୁଙ୍କ ଚର୍ମ ବିଣ୍ଡି ରୋଗ ସମ୍ପର୍କରେ ସରକାରଙ୍କ ସଚେତନତା ବାର୍ତ୍ତା ପ୍ରସାର କରାଯାଉଅଛି I ଗାଇଗୋରୁଙ୍କ ଚର୍ମ ବିଣ୍ଡି ରୋଗ ସମ୍ପର୍କରେ ବିଭିନ୍ନ ତଥ୍ୟ ସମ୍ବଳିତ ଭିଡିଓ ବାର୍ତ୍ତା ପ୍ରସ୍ତୁତ କରି whatsapp ମାଧ୍ୟମରେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧି, ପ୍ରାଣୀ ମିତ୍ର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ପ୍ରସାରିତ କରାଯାଇଅଛି I ଆମର ହସ୍ତଗତ ହୋଇ ଥିବା ତଥ୍ୟ ଅନୁସାରେ ଆଜି ସୁଦ୍ଧା ବ୍ଲକର .ଧରାକୋଟ, ତଳ ପାଟଣା ସୁନା ପଲୀ, ଚଞ୍ଚରାପଲ୍ଲୀ ,ବାଡ଼ୁଳା ଇତ୍ୟାଦି….ଗ୍ରାମ ମାନଙ୍କରେ .ପ୍ରାୟ 2000 .ପାନ ଟୀକାକରଣ ହୋଇଅଛି ।ସରକାରଙ୍କ ନିର୍ଦେଶ ମତେ ସର୍ବପ୍ରଥମେ ଯେଉଁ ଗ୍ରାମ ବର୍ତମାନ ସୁଦ୍ଧା ଆକ୍ରାନ୍ତ ହୋଇ ନାହିଁ ତାହାର ପରିପାର୍ଶ୍ଵିକ ଟୀକାକରଣ ପରେ ସାମଗ୍ରୀକ ଟୀକା କରଣ କରାଯିବ ।ସାରା ଦେଶରେ ଦେଖାଦେଇଥିବା ଏହି ଅଭୂତପୂର୍ବ ରୋଗ ନିୟନ୍ତ୍ରଣରେ ପ୍ରାଣୀ ଚିକିତ୍ସା ବିଭାଗର ଏତାଦୃଶ ପଦକ୍ଷେପ ନିମନ୍ତେ ଜନସାଧାରଣଙ୍କ ତରଫରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରଯାଇଅଛି I ଆଗାମୀ ଦିନରେ ଏହି ରୋଗର ପ୍ରତିହତ ପାଇଁ ଧରାକୋଟ ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ଅଧିକ ସଚେତନତା କାର୍ଯ୍ୟକ୍ରମ ସହ ଟୀକା କରଣ କରାଯିବ ବୋଲି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅନିତା ଦୋରା ପ୍ରକାଶ କରିଛନ୍ତି।