ଧରାକୋଟ ବ୍ଲକରେ ଧାନ ମଣ୍ଡି ଉଦଘାଟିତ

31

ଧରାକୋଟ,୧୬/୧୨(ଜିଲ୍ଲା ଖବର) : ଧରାକୋଟ ବ୍ଲକରେ ଧାନ ମଣ୍ଡି ର ଶୁଭ ଉଦ୍ଘାଟନ ହୋଇଯାଇଛି।ପ୍ରଥମ ଦିବସରେ ଧରାକୋଟ ସେବା ସମିତି, ମୁଣ୍ଡମରାଇ, ଜଗମୋହନ ସେବା ସମିତିରେ ଧାନ ମଣ୍ଡି ର ଶୁଭ ଉଦ୍ଘାଟନ ହୋଇଯାଇଛି । ଧରାକୋଟ ସେବା ସମବାୟ ସମିତି ରେ Bdo ଡେନିସ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟ କ୍ରମର ଶୁଭ ଉଦ୍ଘାଟନ କରିଥିବା ବେଳେ ଯୋଗାଣ ନିରୀକ୍ଷକ ସଞ୍ଜୟ ମଲିକ, ଧରାକୋଟ ଶାଖା ସମବାୟ ବ୍ୟାଙ୍କ୍ ପରିଚାଳକ ସୁଜାତା ତ୍ରିପାଠୀ,ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ଅଜୟ କୁମାର ପାତ୍ର,ଧରାକୋଟ ସେବା ସମବାୟ ସଭାପତି ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ବର୍ଷ ସାଧାରଣ ଶ୍ରେଣୀ ଧାନ ର ମୂଲ୍ୟ ୨୦୪୦ ଟଙ୍କା ରହିଥିବା ବେଳେ ଗ୍ରେଡ A ଧାନ ର ମୂଲ୍ୟ ୨୦୬୦ ଟଙ୍କା ଦର ସରକାର ଧାର୍ଯ୍ୟ କରିଛନ୍ତି । ଚାଷୀ ମାନଙ୍କ ର ମଣ୍ଡି ଜନିତ କୌଣସି ସମସ୍ୟା ଥିଲେ ତୁରନ୍ତ ପ୍ରଶାସନର ଦୃଷ୍ଟିକୁ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟ କ୍ରମ କୁ ସମ୍ପାଦକ ପ୍ରକାଶ ଚନ୍ଦ୍ର ବାରିକ ପରିଚାଳନା କରିଥିବାବେଳେ, ସୁପର ଭାଇଯର ଭବାନୀ ଶଙ୍କର ଷଡ଼ଙ୍ଗୀ ସମ୍ପାଦକ କାଳୀ ଚରଣ ତ୍ରିପାଠୀ,ସୂର୍ଯ୍ୟ ନାରାୟଣ ରେଡ୍ଡୀ ,ସମବାୟ ବିତ୍ ବିପିନ ବିହାରୀ ଶତପଥୀ, ହିନେନ୍ଦ୍ର ନାୟକ, ଅଶୋକ କୁମାର ଗୌଦଙ୍କ ସମେତ ବହୁ ଚାଷୀ ମଣ୍ଡି ଉଦ୍ଘାଟନ କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ ।