ଏମ ଆଇ ଏସ କାର୍ୟ୍ୟକ୍ରମ ରେ ସଫଳତା ପାଇଁ ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ର ପୁରସ୍କୃତ

44


ଧରାକୋଟ,୧୫/୧୨ : ଆୟୁଷ୍ମାନ ଭାରତ ଯୋଜନା ଅଧିନସ୍ଥ ଏମ ଆଇ ଏସ ଅଭିଯାନର ଆଭା ଆଇଡି ସଂଯୋଗ କ୍ଷେତ୍ରରେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମଗ୍ର ଜିଲରେ ପ୍ରଥମ ସ୍ଥାନ ଅଧିକାର କରିଛି। ସ୍ବାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ଏମ ଭି କେ ଅଶୋକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବି ପି ଏମ ଗୋଲକ ନାରାୟଣ ଗାରିଆଗଡୁ, ତଥ୍ୟ ପରିଚାଳକ ଆଶୁତୋଷ ସାହୁ, ହିସାବ ପରିଚାଳକ ସଞ୍ଜୟ ମହାରଣା,ବହୁମୁଖି ସ୍ବାସ୍ଥ୍ୟ କର୍ମୀ ବିଷ୍ଣୁ ପ୍ରିୟା ରେଡ୍ଡୀ ଓ ସାତଜଣ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କୁ ନେଇ ଗଠିତ ଟିମ ର ପରିଶ୍ରମ ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ଛତ୍ରପୁର ସ୍ଥିତ ଋଷିକୁଲ୍ୟା ଭବନ ଠାରେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଛଅ ଗୋଟି ପୁରସ୍କାର ପ୍ରଦାନ କରାଯାଇଛି । ଆଭା ଆଇଡି ସଂଯୋଗ ରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ଧରାକୋଟ ଉପ କେନ୍ଦ୍ର ପ୍ରଥମ, ଇ ସଂଜୀବନୀ ମାତ୍ରାରେ ଟେଲି କଂସଲଟେଶନ ପାଇଁ ତୃତୀୟ, ମାଆ ଓ ଶିଶୁ ଡାଟା ସହ ଅଣ ସଂକ୍ରାମକ ରୋଗ ତଥ୍ୟ ସଂଗ୍ରହ ପାଇଁ ତୃତୀୟ ଏବଂ ଢ଼ଉଗାଁ ସହ ବରଡ଼ାବାଲି ସ୍ବାସ୍ଥ୍ୟ ଉପ କେନ୍ଦ୍ର କୁ ଶାନ୍ତ୍ବନା ମୂଳକ ପୁରସ୍କାର ପ୍ରଦାନ କରାଯାଇଛି । ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ର, ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ସରୋଜିନୀ ଦେବୀ, ଡି ପି ଏମ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଏହି ପୁରସ୍କାର ପ୍ରଦାନ କରିଥିଲେ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜିଲ୍ଲା ସ୍ତରରେ ଛଅ ଗୋଟି ପୁରସ୍କାର ପାଇଥିବା ଯୋଗୁଁ ଅଧୀକ୍ଷକ ଡାକ୍ତର ଏମ ଭି କେ ଅଶୋକ ସମସ୍ତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତ