
ଆସିକା (ଜିଲ୍ଲା ଖବର) : ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିର ଭେଟନଇଁ ଠାରେ 157 ତମ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ବିଦ୍ୟାଳୟର ଏକାଦଶ ତମ ବାର୍ଷିକ ଉତ୍ସବ ଆଡମ୍ବର ସହକାରେ ପାଳନ ହୋଇଯାଇଛି l ପ୍ରଥମେ ଶିଶୁ ମାନେ ବିବେକାନନ୍ଦଙ୍କ ଫୋଟଚିତ୍ରକୁ ପ୍ରଦୀପ ପ୍ରଜ୍ଜଳନ ସହ ପୂଜା କରିବା ପରେ ଶୋଭାଯାତ୍ରାରେ ଗ୍ରାମ ପରିଭ୍ରମଣରେ ଯାଇଥିଲେ l ପରେ ପରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପାଢ଼ୀ ସଭାପତି, ଶ୍ରୀଯୁକ୍ତ ଏ କୁଶ ନାଇଡ଼ୁ, ଚେୟାର ମେନ ଶ୍ରୀମତୀ ମମତା କୁମାରୀ ମହାନ୍ତି, ସହସଂପାଦକ ଶ୍ରୀଯୁକ୍ତ ଲକ୍ଷ୍ମଣ ନାୟକ ଓ ଗ୍ରାମର ସମିତି ସଭ୍ୟା ଶ୍ରୀମତୀ ପଦ୍ମାବତୀ ଆମ୍ମା ଓ ପୂର୍ବତନ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଗୌରହରି ବିଶ୍ୱାଳ ଉପସ୍ଥିତ ଥିଲେ l ମଞ୍ଚ ପରିଚାଳନା କରିଥିଲେ ଗୁରୁଜୀ ସୁନୀଲ କୁମାର ସ୍ୱାଇଁ ଏବଂ ବାର୍ଷିକ ବିବରଣୀ ଓ ଅଟକଳ ପଠନ କରିଥିଲେ ପ୍ରଧାନ ଗୁରୁଜୀ ଅନିଲ କୁମାର ମହାନ୍ତି l ଏହା ପରେ ବିଭିନ୍ନ ରଙ୍ଗାରଙ୍ଗ, ସାଂସ୍କୃତିକ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ବିଦ୍ୟାଳୟର ଶିଶୁ ମlନେ, ସହଯୋଗ କରିଥିଲେ ବିଦ୍ୟାଳୟର ସାଂସ୍କୃତିକ ଦାୟିତ୍ବ ଗ୍ରହଣ କରିଥିବା ଗୁରୁଜୀ ଗୁରୁମା ମନେ ।ପରିଶେଷରେ ପୁରସ୍କାର ବିତରଣ କରାଯାଇଥିଲାl ସମସ୍ତ ଗୁରୁଜୀ ଗୁରୁମା ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗରେ ଆଗେଇ ନେଇଥିଲେ l
ରିପୋର୍ଟ ସନାତନ ବେହେରା



