
ଗୁଣୁପୁର- ୧୫/୧୨ : ସ୍ଥାନୀୟ ଜି.ଆଇ.ଇ.ଟି ବିଶ୍ୱବିଦ୍ୟାଳୟ ଗୁଣୁପୁର ଇଲେକ୍ଟ୍ରିକଲ ଏବଂ ଇଲେକ୍ଟ୍ରୋନିକସ ବିଭାଗ ତରଫରୁ ତିନି ଦିନିଆ ଦ୍ଵିତୀୟ ଆଇ.ଇ.ଇ.ଇ. ଆନ୍ତର୍ଜାତୀୟ ସମ୍ମିଳନୀ “ ଇଣ୍ଟରନେସନାଲ ସିମ୍ପୋସିଂମ ଅନ ସଷ୍ଟାଇନବୁଲ ଏନଆରଜି, ସିଗ୍ନାଲ ପ୍ରୋସିଏସସିଙ୍ଗ, ଆଣ୍ଡ ସାଇବର ସେକ୍ୟୁରିଟି (ଆଇ.ଏସ.ଏସ.ଏସ.ସି- ୨୦୨୨)” ଉଦ୍ଘାଟିତ ହୋଇଯାଇଛି ଜ୍ଝ ଏହି ସମ୍ମିଳନୀ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିଦ୍ୟା ବିକାଶର ଉଦ୍ଦେଶ୍ୟ ସହିତ ସ୍ଥାୟୀ ଶକ୍ତି, ସଙ୍କେତ ପ୍ରକ୍ରିୟାକରଣ ଏବଂ ସାଇବର ସୁରକ୍ଷା ଉପରେ ଆଧାରିତ ଜ୍ଝ
ଏହି ଉଦ୍ଘାଟନୀ ଉତ୍ସଵରେ ମୁଖ୍ୟ ଅତିଥି ରୂପେ ଭାରତ ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସିନିୟର ଡାରେକଟର, ଡ଼ଃ ଅଜୟ କେ. ଗର୍ଗ ଯୋଗ ଦେଇ ସରକାରଙ୍କର ବିଭିନ୍ନ ଯୋଜନା ଯାହା ଆମ ଭବିଷ୍ୟତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ, ଉପରେ ଆଲୋକପାତ କରିବା ସହ ପ୍ରଯୁକ୍ତି ବିଦ୍ୟାର ପରିବର୍ତ୍ତନ ସହ ନିଜର ଜ୍ଞାନ ଓ କୌଶଳର ପରିବର୍ତ୍ତନ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ ଜ୍ଝ ସମ୍ମଜ୍ଝନୀୟ ଅତିଥି ଭାବେ ରାଷ୍ଟ୍ରୀୟ ପ୍ରଯୁକ୍ତି ବିଦ୍ୟା ସଂସ୍ଥାନ, ରାଉରକେଲାର ଡ଼ଃ କମଳାକାନ୍ତ ମହାପାତ୍ର ଯୋଗ ଦେଇ ବର୍ତମାନ ଯୁଗରେ ଶକ୍ତି କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଅଛି ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆତ୍ମନିର୍ଭର ଭାରତ ଉପରେ ନିଜର ମତବ୍ୟକ୍ତ ରଖିଥିଲେ ଯାହା ଭବିଷ୍ୟତରେ ଆମ ସମସ୍ତଙ୍କୁ ଆତ୍ମନିର୍ଭର ହେବା ପାଇଁ ସାହାଯ୍ୟ କରିବ ଜ୍ଝ ବିଶ୍ୱବିଦ୍ୟାଳୟର ଉପ ସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡା ନବୀକରଣ ଶକ୍ତି ଓ ଅକ୍ଷ୍ୟୟ ଶକ୍ତି କିଭଳି ସାଧାରଣ ନାଗରିକ ଓ ଗରିବ ଲୋକଙ୍କ ପାଖରେ ପହଞ୍ଚିବ ସେ ଉପରେ ଆଲୋକପାତ କରିଥିଲେ ଜ୍ଝ ମହାନିର୍ଦ୍ଦେଶକ ଡକ୍ଟର ଜଗଦୀଶ ପଣ୍ଡା ଯୋଗ ଦେଇ ଯୁବ ଇଂଜିନିୟର ମାନେ ଦେଶର ଆଗାମୀ ଭବିଷ୍ୟତ ପାଇଁ କାର୍ୟ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ ଜ୍ଝ
ଏହି କାର୍ୟ୍ୟକ୍ରମର ଲକ୍ଷ୍ୟ ହେଉଛି ନବୀକରଣ ଯୋଗ୍ୟ ଏବଂ ସ୍ଥାୟୀ ଶକ୍ତି, ସିଗନାଲ ପ୍ରୋସେସିଂ ଏବଂ ଆପ୍ଲିକେସନ (ଏସପିଏ), ସାଇବର ସିକ୍ୟୁରିଟି ଆଣ୍ଡ କମ୍ୟୁନିକେସନ୍ କ୍ଷେତ୍ରରେ ଅଗ୍ରଗତି ଆଣିବା ଏବଂ ଟେକ୍ନୋଲୋଜିର ନୂତନ ସୂଚନା ସହିତ ଗବେଷକମାନଙ୍କୁ ଶିକ୍ଷା ଏବଂ ଅବଗତ କରାଇବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେବା ଜ୍ଝ କୁଳପତି ଡକ୍ଟର ଗୌତମ ଘୋଷ ଯୋଗ ଦେଇ ସମ୍ମିଳନୀର ଆବଶ୍ୟକତା ବିଷୟରେ କହିଥିଲେ ଜ୍ଝ ରାଷ୍ଟ୍ରୀୟ ପ୍ରଯୁକ୍ତି ବିଦ୍ୟା ସଂସ୍ଥାନ, ରାଉରକେଲାର ଡକ୍ଟର ବିଭୁ ଦତ୍ତ ସାହୁ କାର୍ୟ୍ୟକ୍ରମ ରେ ଯୋଗ ଦେଇ ଏହି ଗବେଷଣା ସମ୍ମିଳନୀର ବିଭିନ୍ନ ସନ୍ଧର୍ବ ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ଜ୍ଝ ଏହି କାର୍ୟ୍ୟକ୍ରମ ରେ ସର୍ବ ମୋଟ ୨୮୮ ଟି ସ୍କନ୍ଧର୍ଭ ଆସିଥିବା ବେଳେ ସେଥିରୁ ୧୨୪ ଟି ଉପସ୍ଥାନ କରିବା ପାଇଁ ମନୋନୀତ କରାଯାଇଥିଲା ଜ୍ଝ ଏହି କାର୍ୟ୍ୟକ୍ରମ ଆସନ୍ତା ୩ ଦିନ ଧରି ଚାଲିବ ଜ୍ଝ
ଏହି କାର୍ୟ୍ୟକ୍ରମର ଆବାହକ ପ୍ରଫେସର ଡ଼ଃ ପ୍ରତାପ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଫେସର ବଳରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଜ୍ଝ ଏହି ପାଠ୍ୟଚକ୍ର କୁ ଅଧ୍ୟାପିକା ଡ. ଅସୀମା ସିନ୍ଧୁ ମହାନ୍ତି ମଞ୍ଚପରିଚାଳନା କରିଥିଲେ। ଏହି ସମ୍ମିଳନୀରେ ବହୁ ଶିକ୍ଷାବିତ, ଗବେଷକ , ବିଭିନ୍ନ ବିଭାଗର ମୁଖ୍ୟ , ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ଜ୍ଝ ଏହି ଅବସରରେ ଅଥିତି ଙ୍କ ଦ୍ୱାରା ସ୍ମରଣିକା ଓ ଟି ସାର୍ଟ ଉନ୍ମୋଚନ କରାଯାଇଥିଲ |




