
ଧରାକୋଟ,୧୪/୧୨(ଜିଲ୍ଲା ଖବର) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଧରାକୋଟ ବ୍ଲକର ୧୮ ଗୋଟି ପଞ୍ଚାୟତ ରେ ଗ୍ରାମ ପଞ୍ଚାୟତର ବିକାଶର ପ୍ରକଳ୍ପ ତାଲିକା ପାଇଁ ପ୍ରତି ପଞ୍ଚାୟତ ପରିସରରେ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି। ଧରାକୋଟ ପଞ୍ଚାୟତ ନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ପୁନିଆ ଦାସ୍ ସଭାପତିତ୍ବ କରିଥିଲେ।୬୯୮୩ ଜନ ସଂଖ୍ୟା ବିଶିଷ୍ଟ ଧରାକୋଟ ଗ୍ରାମ ପଞ୍ଚାୟତ ପାଇଁ ୩ ଗୋଟି ପ୍ରକଳ୍ପ ଆଜି ସମ୍ମତି କ୍ରମେ ପ୍ରସ୍ତୁତି ହୋଇଥିଲା।ସେ ଗୁଡିକ ମଧ୍ୟରେ ଶିଶୁ ପ୍ରିୟ ଗ୍ରାମପଞ୍ଚାୟତ ଗଠନ,ସ୍ବଛ ସବୁଜ ଗ୍ରାମ ଗଠନ ପଞ୍ଚାୟତ ମାଧ୍ୟମରେ ପରିମଳ,ପାଣି, ସାମାଜିକ ସୁରକ୍ଷା ଓ ଶିଶୁ ମାନଙ୍କର ବିକାଶ ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା। ଠିକ୍ ସେହିପରି ଦାରୁଆ ପୋଖରୀ କୁ ଭତ୍ତୀ କରି ନୂତନ ବସଷ୍ଟାଣ୍ଡ ନିର୍ମାଣ ସହ ସରକାରଙ୍କ ଗାଇଡ ଲାଇନ ଅନୁସାରେ ୨୩/୨୪ ଆର୍ଥିକ ବର୍ଷର ଅନୁଦାନ ଖର୍ଚ୍ଚ ପାଇଁ ଉପସ୍ଥିତ ୱଡ ସଭ୍ୟ ଙ୍କ ଭିତରେ ଆଲୋଚନା କରାଯାଇଥିଲା।ଏହି ଗ୍ରାମ ସଭାରେ ପୂର୍ବତନ ସରପଂଚ ଦିଲ୍ଲୀପ କୁମାର ସ୍ବାଇଁ,ଜି ଆର ଏସ ମୁନା ଜେନା ,ଯୋଗାଣ ସହାୟକ ଗୋପାଳ ହରି ଗୈାଡ,ଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନବାଡ଼ି କର୍ମୀ, ମିଶନ ଶକ୍ତି ସଭ୍ୟ, ସ୍ବୟଂ ସହାୟକ ଗୋଷ୍ଠୀ,ୱଡ ସଭ୍ୟ ଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।


