
ଧରାକୋଟ,୧୪/୧୨ (ଜିଲ୍ଲା ଖବର) : ନିକଟସ୍ଥ ମୁଣ୍ଡମରାଇ ଗ୍ରାମର ସରସ୍ବତୀ ଶିଶୁ ମନ୍ଦିର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଧରାକୋଟ ଅଗ୍ନିଶମ ବିଭାଗ ଅଧିକାରୀ ଆକାଶ ଦାସ।ଏହାକୁ ଉଦଘାଟନ କରିଥିବାବେଳେ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଅନୀଲ ନାୟକ କ୍ରୀଡା ପତାକା ଉତ୍ତୋଳନ କରିଥିଲେ। ଶିଶୁ ମନ୍ଦିର ର ୨୮୨ ଜଣ ଛାତ୍ର ଛାତ୍ରୀ ୨୯ ଗୋଟି ବିଭିନ୍ନ ଖେଳ ପ୍ରତି ଯୋଗୀତାରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଉତ୍ତୀର୍ଣ୍ଣ ହୋଇଥିବା ୮୦ ଜଣକୁ ପୁରସ୍କୃତ କରାଯାଇଥିଲା। କ୍ରୀଡା ଶିକ୍ଷକ ଗଣେଶ ଚନ୍ଦ୍ର ପାତ୍ର ଙ୍କ ପରିଚାଳନା ରେ ସମସ୍ତ କ୍ରୀଡା ସୁଚାରୁରୂପେ ସଂପୂର୍ଣ୍ଣ ହୋଇଥିଲା। ଉଦଯାପନୀ ଉତ୍ସବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଆଶ୍ଚର୍ଯ୍ୟ ନିତ୍ୟାନନ୍ଦ ସାହୁ ପୈାରହିତ କରିଥିବାବେଳେ, ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ , ସମ୍ମାନିତ ଅତିଥି ଭାବେ ମୁଣ୍ଡ ମରାଇ ସରପଞ୍ଚ ଅଭିମନ୍ୟୁ ସେଠୀ, କ୍ରୀଡା ଶିକ୍ଷକ ଅନୀଲ ନାୟକ, ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ। ସଂପାଦକ ଚିଦାନନ୍ଦ ପାତ୍ର, ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିବା ବେଳେ ଶିଶୁ ମନ୍ଦିର ସମସ୍ତ ଗୁରୁଜୀ,ଗୁରୁମା, ପରିଚାଳନା କମିଟି ର ସଦସ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ।




