ବରିଷ୍ଠ ସାମ୍ବାଦିକ ଙ୍କ ଅକାଳ ବିୟୋଗ

141

ଆସିକା,୧୩/୧୨(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଦୟିନୀକ ଖବର କାଗଜ ଓଡିଶା ଭାସ୍କର ର ପ୍ରତିନିଧି ଶରତ ଚନ୍ଦ୍ର ବିଷୋୟୀ ଙ୍କ ସୋମବାର ରାତିରେ ଭୁବନେଶ୍ୱର ଏକ ମେଡ଼ିକାଲରେ ଚିକିତ୍ସା ଧୀନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି l ସେ ଦୀର୍ଘ ଦଶ ବର୍ଷ ଧରି ଓଡିଶା ଭାସ୍କର ଆସିକା ବ୍ଲକର ପତିନିଧି ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ମୂର୍ତ ବେଳକୁ 55 ବର୍ଷ ହୋଇ ଥିବା ଜଣା ପଡିଛି l ସେ ଜଣେ ମିଷ୍ଟ ଭାସି, ମେଳାପୀ ଓ ପରାଉପକାରୀ ବ୍ୟକ୍ତି ଥିଲେ l ଗତ କିଛି ଦିନ ହେଲା ଅସୁସ୍ଥତା ଯୋଙ୍ଗୁ ଭୁବେନେଶ୍ୱର ଘରୋଇ ହସ୍ପିଟାଲ ରେ ଚିକିଛିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇ ଯାଇଥିବା ଜଣା ପଡିଛି l ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସଭବନ ମକୁନ୍ଦପୁର ରେ ବାନ୍ଧୁ, ବାନ୍ଧବ ଓ ସାଙ୍ଗ ସାଥି ଓ ପ୍ରିୟ ଜନ ମାନେ ଶେଷ ଦର୍ଶନ କରିଥିଲେ l