ବ୍ରାଉନ ସୁଗାର ଜବତ, ତିନି ଗିରଫ

34

ବଡଚଣା,୧୩/୧୨(ଜିଲ୍ଲା ଖବର) : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ରୁ ସ୍ପେଶାଲ ସ୍ୱାର୍ଡ ଦ୍ୱାରା ବ୍ରାଉନ ସୁଗାର ଜବତ. ଚଣ୍ଡିଖୋଲ ଛକ ରେ ବ୍ରାଉନ ସୁଗାର କାରବାର ବେଳେ ମାଡି ବସିଲା ସ୍ପେଶାଲ ସ୍ୱାର୍ଡ. ସେମାନଙ୍କ ନିକଟରୁ 16ଗ୍ରାମ ର ବ୍ରାଉନ ସୁଗାର ଜବତ ହୋଇଛି. ଏହି ଘଟଣା ରେ 3 ଜଣକୁ ବଡ଼ଚଣା ପୋଲିସ ଗିରଫ କରି କୋର୍ଟ ଚଲାଣ କରିଛି.ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ, 16000 ନଗଦ ଟଙ୍କା, ଜବତ କରିଛି ପୋଲିସ. ଦୀର୍ଘ ଦିନ ଧରି ଚଣ୍ଡିଖୋଲ ଅଂଚଳ ରେ ବ୍ରାଉନସୁଗାର କାରବାର ଚାଲୁ ରହିଥିବା ବେଳେ. ଏ ନେଇ ଯାଜପୁର ସ୍ପେଶାଲ ସ୍ୱାର୍ଡ ଖବର ପାଇ ଚଢ଼ାଉ କରିଥିଲା.ଗିରଫ ତିନିଜଣ ସ୍ଥାନୀୟ ଅଂଚଳ ର ବୋଲି ଜଣା ପଡିଛି।