ବ୍ଲକ ସ୍ତରୀୟ ସୁନେତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ

24

କୋଟପାଡ଼,୧୩/୧୨:କୋଟପାଡ଼ ବ୍ଲକ ସ୍ତରୀୟ ଚକ୍ଷୁ ପରୀକ୍ଷଣ ଶିବିର ସୁନେତ୍ର କାର୍ୟ୍ୟକ୍ରମ କୋଟପାଡ଼ ସହରର ଜମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରଠାରେ ଆୟୋଜିତ ହୋଇଯାଇଛି ଜ୍ଝ ଚକ୍ଷୁ ପରୀକ୍ଷଣ ଶିବିରରେ କୋଟପାଡ଼ ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ୨୩୯ ଜଣ ଛାତ୍ରଛାତ୍ରୀ ଏହି ଶିବିରରେ ନିଜ ନିଜ ଗାଇଡ ଶିକ୍ଷକ ଓ ଅଭିଭାବକଙ୍କ ସହ ସୁନେତ୍ର ଶିବିରରେ ଯୋଗ ଦାନ କରିଥିଲେ ଜ୍ଝଏହି ଶିବିରରେ କୋରାପୁଟ ଜିଲ୍ଲା ଚିକତ୍ସାଳୟରୂ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଶ୍ରୀଯୁକ୍ତ ହରମୋହନ ପାତ୍ରଙ୍କ ସହ ତାଙ୍କ ଟିମ ଏହି ଶିବିରରେ ଚକ୍ଷୁ ପରୀକ୍ଷା କରିଥିଲେ ଜ୍ଝ ଏହି ଶିବିରକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ତିଳୋତ୍ତମା ଗୋରଡା ଉଦଘାଟନ କରିଥିଲେ। ଏହି ଶିବିରର ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଲା ଛାତ୍ରଛାତ୍ରୀଙ୍କ ଅନ୍ଧତ୍ୱର ଦୂରୀ କରଣ ସହ କୌଣସି ଛାତ୍ରଛାତ୍ରୀ ଚକ୍ଷୁ ଜନିତ କାରଣରୁ ଅଧାରୁ ପାଠ ନ ଛାଡ଼ନ୍ତୁ କିମ୍ବା ସଂସାର ରେ ଅନ୍ଧ ନହେବା ପାଇଁ ଅଦ୍ଭୁତ ପ୍ରୟାସ କରାଯାଇଥିଲା। ଚକ୍ଷୁ ପରୀକ୍ଷଣରେ ଚକ୍ଷୁପରୀକ୍ଷା କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସରକାର ତରଫରୁ ମାଗଣାରେ ଚଷମା ଦିଆଯିବ ବୋଲି ଆଜିର ଉପସ୍ଥିତ ଡାକ୍ତର ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ ଜ୍ଝ ଆଜିର ଏହି ଚକ୍ଷୁ ପ୍ରଶିକ୍ଷଣ ଶିବିରରେ ମଧୁସ୍ମିତା ଗିରି , ସାଧନା ପାତ୍ର, ପ୍ରଦୀପ ଭଟ୍ଟ, ସନ୍ତୋଷ ଦୁର୍ବେ ପ୍ରମୁଖ ଉପସ୍ଥିତ ଥିଲେ।