
(ବରିଷ୍ଠ ବ୍ୟକ୍ତିତ୍ବଙ୍କ ଅନୁଭୂତିରେ ସୁନାଗରିକର ପରିକଳ୍ପନା)
ଆସିକା ତା ୧୩/୧୨: ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ତଥା ଉଭୟ ବାଣିଜ୍ୟ ତଥା ରାସାୟନିକ ବିଭାଗର ମିଳିତ ସହଯୋଗରେ ଉଭୟ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ତଥା ପାଠଚକ୍ରର ଆୟୋଜନ ହୋଇଯାଇଛି। ପ୍ରଥମେ ଅତିଥିମାନଙ୍କୁ ପୁଷ୍ପମାଲ୍ୟାର୍ପଣ ପୂର୍ବକ ମଞ୍ଚାସୀନ କରାଯାଅଥିଲା ଏବଂ ଅତିଥି ଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। ଛାତ୍ରୀ ରୋଜା, ସୋନାଲୀ ଓ ସଂନ୍ଧ୍ୟାଙ୍କ ସମ୍ମିଳିତ ସ୍ବରରେ ଏକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା।ବାଣିଜ୍ୟ ବିଭାଗର ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ. ତ୍ରିପାଠୀ ନବାଗତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରି ସ୍ବାଗତ ଭାଷଣ ରଖିଥିବା ବେଳେ ବିଭାଗମୁଖ୍ୟ ତଥା କଲେଜ ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାରନାଥ ପଣ୍ଡା ପାଠଚକ୍ର ସଂଯୋଜନା କରିଥିଲେ। ବାଣିଜ୍ୟ ଅଧ୍ୟାପିକା ଶ୍ରୀମତୀ ବନଶ୍ରୀ ମହାନ୍ତି ପାଠଚକ୍ରର ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ। ଅଧ୍ୟାପକ ଶ୍ରୀ ସାରଥୀ ଗୋମାଙ୍ଗୋ, ଶ୍ରୀ ରାଜେନ୍ଦ୍ର ଗୌଡ଼ ଏବଂ ଶ୍ରୀ ପ୍ରିୟବ୍ରତ ପ୍ରଧାନ ନବାଗତ ବାଣିଜ୍ୟ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଶୃଙ୍ଖଳାର ମହତ୍ବ ତଥା ବାଣିଜ୍ୟରେ ବିଭିନ୍ନ ପ୍ରକାରର ଚାକିରି ବିଷୟରେ ବିଷଦ୍ ବିବରଣୀ ପ୍ରଦାନ କରିଥିଲେ ଏବଂ ଶୃଙ୍ଖଳା ଦ୍ବାରା ଉକ୍ତ କଲେଜର ସୁନାମ ବଜାୟ ରଖିବା ପାଇଁ ନିଜ ନିଜ ବ୍ୟକ୍ତବ୍ୟରେ ସମସ୍ତଙ୍କୁ ଆହ୍ବାନ କରିଥିଲେ। ଛାତ୍ରୀ ସୁଶ୍ରୀ ପୂଜା କୁମାରୀ ସଭାରେ ଆଙ୍କରିଙ୍ଗ୍ କରିବା ସହ ନବାଗତ ବାଣିଜ୍ୟ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କରିଥିଲେ। ଯୁକ୍ତ ତିନି ୨ୟ ବର୍ଷର ଛାତ୍ର ଶିବରାମ, ଧର୍ମା, ସୁନିଲ୍ ସମସ୍ତ ନବାଗତ ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ଭାଇଚାରର ବାର୍ତ୍ତା ଦେଇ ସହଯୋଗ କାମନା କରିଥିଲେ। ଛାତ୍ର ସଂଗଠକ ନାରାୟଣ ତଥା ବସନ୍ତ ସଭାକାର୍ଯ୍ୟ ନିୟନ୍ତ୍ରଣ କରିଥିଲେ। ବାଣିଜ୍ୟ ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ପରିଶେଷରେ ଛାତ୍ରୀ ସୁଶ୍ରୀ ରୋଜାରାଣୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଅପରପକ୍ଷରେ….

ରସାୟନିକ ବିଜ୍ଞାନ ବିଭାଗର ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା ତଥା ପାଠଚକ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ପାଠଚକ୍ରର ସଂଦର୍ଭ ଥିଲା ରାସାୟନିକ ପ୍ରୟୋଗଶାଳରେ ବିଭିନ୍ନ ନିରାପତ୍ତା ସମ୍ବନ୍ଧୀୟ ଉପାୟ। ଉକ୍ତ ସଭାରେ କଲେଜ ଅଧ୍ୟକ୍ଷ ଡ. ତ୍ରିପାଠୀ ରାସାୟନିକ ବିଭାଗର ସମସ୍ତ ନବାଗତଙ୍କୁ ଭବିଷ୍ୟତ କାମନା କରି ଆଶୀର୍ବଚ଼ନ ଦେଇଥିଲେ ଏବଂ ମହାବିଦ୍ୟାଳୟର ସମସ୍ତ ନିୟମରେ ନିଜକୁ ଶୃଙ୍ଖଳିତ ରଖି ପାଠ୍ୟକ୍ରମ ସହିତ ଅନ୍ୟାନ୍ୟ ପଠନ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ମଧ୍ୟ ନିଜକୁ ଅଂଶୀଦାର କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ବିଭାଗ ମୁଖ୍ୟ ପ୍ରଫେସର ଜନାର୍ଦ୍ଦନ ସାହୁ ପାଠଚକ୍ର ଆଭିମୁଖ୍ୟ ରଖିଥିଲେ ଏବଂ ନବାଗତଙ୍କ ସ୍ବପ୍ନକୁ ସାକାର କରି ବରିଷ୍ଠ ବ୍ୟକ୍ତିତ୍ବଙ୍କ ଅନୁଭୂତିରେ ସୁନାଗରିକତ୍ବର ପରିକଳ୍ପନା ତଥା ନୈତିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଆହ୍ବାନ କରିଥିଲେ। ଅଧ୍ୟାପକ ଡ. ସୂରଜ କୁମାର ପାଣିଗ୍ରାହୀଙ୍କ ପାଠଚକ୍ର ପାଇଁ ଉଦ୍ଦିଷ୍ଟ ସ୍ବଲିଖିତ ଅଭିଲେଖାକୁ ପାଠଚକ୍ରରେ ଯୁକ୍ତ ତିନିର ୨ୟ ବର୍ଷ ମେଧାବୀ ଛାତ୍ରୀ ସୁଶ୍ରୀ ଇପ୍ଷିତା ମହାନ୍ତି ଉପସ୍ଥାପନା କରିଥିଲେ। ଅଧ୍ୟାପକ ଡ଼. ପାଣିଗ୍ରାହୀ ତଥା ପ୍ରୟୋଗଶାଳା ଶିକ୍ଷକ ଧନଞ୍ଜୟ ମହାପାତ୍ର ପ୍ରୟୋଗଶାଳାରେ କର୍ତ୍ତବ୍ୟରତ ବିଦ୍ୟାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାର ରାସାୟନିକ ସମିଶ୍ରଣରେ ନିଜକୁ କିପରି ସୁରକ୍ଷିତ ରଖିପାରିବେ, ସେ ଉପରେ ସବିଶଦ୍ ବିବରଣୀ ପ୍ରଦାନ କରିଥିଲେ। ରସାୟନିକ ବିଭାଗ ତୃତୀୟ ବର୍ଷର ସମସ୍ତ ବିଦ୍ୟାର୍ଥୀଙ୍କ ସହଯୋଗ କାମନାରେ ସଭାକାର୍ଯ୍ୟ ସଂପାଦିତ ହୋଇ ପାରିଥିଲା। ପରିଶେଷରେ ଅଧ୍ୟାପକ ଡ଼. ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।



