ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ପରିଦର୍ଶନରେ ଜିଲ୍ଲାପାଳ

47

ରାୟଗଡ଼ା -୧୨-୧୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚାୟତରେ ହେଉଥିବା କଲ୍ୟାଣି ମଣ୍ଡପ ଓ ସାପ୍ତାହିକ ହାଟର ବଜାର ଗୃହ ନିର୍ମାଣ କାର୍ଯ୍ୟ ପରିଦର୍ଶନରେ ଆଜି ରାୟଗଡ଼ା ଜିଲ୍ଲା ପାଳ ପହଞ୍ଚି ଥିଲେ। ଏହି ସାପ୍ତାହିକ ହାଟର ବଜାର ଗୃହ ନିର୍ମାଣରେ ରାୟଗଡ଼ା ଜିଲ୍ଲା ପାଳ ଓ ବିଷମକଟକ ବିଡ଼ିଓ ସଦାଶିବ ନାୟକ ଙ୍କ ମୁଖ୍ୟ ଭୂମିକା ରହିଛି। ନୂତନ ବିଡିଓ ସଦାଶିବ ନାୟକ ଯେଉଁ ଦିନ ଠାରୁ ବିଷମକଟକ ବ୍ଲକରେ ଯୋଗଦାନ କରିଛନ୍ତି ସେହି ଦିନଠାରୁ ବିଷମକଟକ ବ୍ଲକରେ ବିଭିନ୍ନ ପଂଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି। ଜିଲ୍ଲା ପାଳ ଙ୍କ ପରିଦର୍ଶନର ସମୟରେ ତାଙ୍କ ସହିତ ବିଷମକଟକ ବିଡ଼ିଓ ସଦାଶିବ ନାୟକ, ସ୍ଥାନୀୟ ସରପଞ୍ଚ ନାରାୟଣ ହୁଇକା, ଜ୍ୟୋତି ପ୍ରସାଦ ସାହୁ, ପି ଇ ଓ ମଳୟ ନାୟକ, ଡାଲିଆକୁଜି ଓ ହାଟ ମୁନିଗୁଡା ଜି ଆର ଏସ୍ ସନ୍ତୋଷ କୁମାର ବୈଦ୍ୟ ଭୂଷଣ, ପୁରୁଷୋତ୍ତମ ବିଭାର, ଜେଇ ଦିପକ କୁମାର ନାୟକ ଓ ଏଇ ପ୍ରମୁଖ ଉପସ୍ଥିତ ଥିଲେ।