
ଧରାକୋଟ,୧୧/୧୨(ଜିଲ୍ଲା ଖବର) : ରାଜ୍ୟ ଆଶା କର୍ମୀ ସଂଘର ନିଷ୍ପତି ପ୍ରକାରେ ସାତ ଦଫା ଦାବି ନେଇ ଆଶା କର୍ମୀ ମାନେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ନିଜର ଧାରଣା ଅବ୍ୟାହତ ରଖିଛନ୍ତି । ବ୍ଲକ୍ ସଭାପତି ଝୁଲି ଦାସ ଓ ସମ୍ପାଦକ ସସ୍ମିତା ପାଣିଗ୍ରାହୀ ଙ୍କ ନେତୃତ୍ବରେ ଏହି ଧାରଣା ଜାରି ରହିଛି। ଏଥିରେ 103 ଜଣ ଆଶା କର୍ମୀ ସାମିଲ ହୋଇଛନ୍ତି । ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା ଏହା ଦ୍ଵାରା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ମମତା ଦିବସ,ଟୀକାକରଣ,ପ୍ରସବ ସେବା,ପ୍ରସୂତି ଯତ୍ନ,କୁଷ୍ଠ ନିରାକରଣ,ଯକ୍ଷ୍ମା ରୋଗ ନିରାକରଣ ଏବଂ ସଂପ୍ରତି ଚାଲିଥିବା ଆଭା ସଂଯୋଗ ପଞ୍ଜୀକରଣ ଏହା ଦ୍ବାରା ବେଶ୍ ପ୍ରଭାବିତ ହେଉଥିବା ଦେଖା ଯାଇଛି। ଏଣୁ ସରକାର ସ୍ବାସ୍ଥ୍ୟ ସେବା ରେ ସୁଧାର ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।



