
ଧରାକୋଟ,୧୧/୧୨(ଜିଲ୍ଲା ଖବର) : ଆୟୁଷ୍ମାନ ଭାରତ ଯୋଜନା ଅଧିନସ୍ଥ ବିକଳ୍ପ ଯୋଜନାରେ ସାମିଲ ହେବାକୁ ରାଜ୍ୟ ସରକାର ସହମତି ହେବା ପରେ ଆଭା ସଂଯୋଗ ର ଗୁରୁତ୍ବ ବୃଦ୍ଧି ପାଇଛି। ସରକାର ଏହାର ଅବଧି ତିନିଦିନ ଅର୍ଥାତ 14 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବାରୁ ଏହି ସଂଯୋଗ ରେ ଯେପରି ଅଧିକ ସଂଖ୍ୟକ ଲୋକେ ସାମିଲ ହେବେ ସେଥି ପାଇଁ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଅଧିକ୍ଷକ,ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଓ ବହୁମୁଖି ସ୍ବାସ୍ଥ୍ୟ କର୍ମୀ ମିଳିତ ଭାବରେ ମୁଣ୍ଡମରାଇ,ମାଣିକପୁର,ଜଗମୋହନ ଓ ଜାହାଡ଼ା ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସହ 17 ଗୋଟି ସବ ସେଣ୍ଟର କୁ ଗସ୍ତ କରିବା ସହ ସ୍ବାସ୍ଥ୍ୟ କର୍ମୀ ମାନେ ଯେପରି ଘର ଘର ବୁଲି ଏହି ଯୋଜନାର ଲୋକେ ଅଧିକ ପରିମାଣରେ ସାମିଲ ହେବେ ସେଥି ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ବର୍ତମାନ ସୁଦ୍ଧା ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ 29519 ଜଣ ନିଜର ଆଧାର ଆଭା ସଂଯୋଗ ପାଇଁ ପଞ୍ଜୀକରଣ କରିଛନ୍ତି ଯାହାକି 355 ପ୍ରତିଶତ ରହିଛି ।ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନରେ ଧରାକୋଟ ରହିଛି । ଆଭା ଆଇଡି ଦ୍ଵାରା ଦେଶର ଯେକୌଣସି ସ୍ବାସ୍ଥ୍ୟ କେନ୍ଦ୍ର ରେ ନିର୍ଦ୍ଵନ୍ଦରେ ସ୍ବାସ୍ଥ୍ୟ ସେବା ସହ ସମସ୍ତ ସ୍ବାସ୍ଥ୍ୟ ସୂଚନା ମିଳିବା ଓ ରୋଗୀକୁ ଅଧିକ ସମୟ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏଣୁ ଆଧାର ସହ ମୋବାଇଲ ନମ୍ବର ଲିଙ୍କ କରି ତୁରନ୍ତ ସ୍ବାସ୍ଥ୍ୟ କର୍ମୀ ଙ୍କ ସହ ଯୋଗାଯୋଗ କରି ପଞ୍ଜୀକରଣ ପ୍ରକ୍ରିୟା ଆଗକୁ ବଢ଼ାଇବା ପାଇଁ ଭରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।



