ଟ୍ରକ୍‌ ଧକ୍କାରେ ତିନୋଟି ହାତୀ ମୃତ : ଦୁଇଟି ମାଇଁ ହାତୀ ଓ ଗୋଟିଏ ଛୁଆ ହାତୀ

15

କେନ୍ଦୁଝର,୨୨/୮(ଏଜେନସି) : ବୁଧବାର ବିଳମ୍ବିତ ରାତ୍ରୀରେ କୋଡ଼ିଏ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଘଟଗାଁ ବନାଞ୍ଚଳ ଅଧୀନ ବାଲିଯୋଡ଼ି ଠାରେ ଟ୍ରକ୍‌ ଧକ୍କା ଖାଇ ଦୁଇଟି ହାତୀ ମରିଯାଇଛନ୍ତି ଏବଂ ଅନ୍ୟ ଗୋଟାଏ ମାଈହାତୀ ସାଙ୍ଘାତିକ ଆହତ ହୋଇଥିଲା। ଗୁରୁବାର ଆହତ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ହାତୀମାନଙ୍କ ମଧ୍ୟରେ ଦୁଇଟି ମାଈହାତୀ ଏବଂ ଗୋଟାଏ ଛୁଆ ।
ହାତୀପଲ୍ଲ ରାସ୍ତା ଅତିକ୍ରମ କରୁଥିବା ବେଳେ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା । ହାତୀମାନଙ୍କର ଆର୍ତ୍ତ ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମର ବାସିନ୍ଦାମାନେ ବନ ବିଭାଗକୁ ଖବର ଦେଇଥିଲେ । ସେମାନେ ଘଟଣାସ୍ଥଳରେ ଗୋଟାଏ ଟ୍ରକ୍‌କୁ ଜବତ କରି ତା’ର ହେଲ୍‌ପର୍‌କୁ ଅଟକ ରଖିଛନ୍ତି।