Home ଆଞ୍ଚଳିକ ରାୟଗଡ ନିୟନ୍ତ୍ରିତ ବଜାର କମିଟି ତରଫରୁ ଖରିଫ ଧାନ ସଂଗ୍ରହ କରିବା ନିମନ୍ତେ ସଚେତନତା ରଥକୁ...

ରାୟଗଡ ନିୟନ୍ତ୍ରିତ ବଜାର କମିଟି ତରଫରୁ ଖରିଫ ଧାନ ସଂଗ୍ରହ କରିବା ନିମନ୍ତେ ସଚେତନତା ରଥକୁ ଶୁଭାରମ୍ଭ କଲେ ଉପଜିଲ୍ଲାପାଳ

70

ରାୟଗଡା ୯-୧୨(ଜିଲ୍ଲା ଖବର): ରାୟଗଡ ନିୟନ୍ତ୍ରିତ ବଜାର କମିଟି ତରଫରୁ ଖରିଫ ଧାନ ସଂଗ୍ରହ କରିବା ନିମନ୍ତେ ସଚେତନତା ରଥକୁ ଶୁଭାରମ୍ଭ କଲେ ଉପଜିଲ୍ଲାପାଳ ଭୀମସେନ ଶବର lଆରେମସି ସମ୍ପାଦକ ବିପିନ ବିହାରୀ ସ୍ବାଇଁ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ଉପସ୍ଥିତରେ ରଥର ଶୁଭରମ୍ବ କରିଥିଲେ l ଏହି ରଥ ଆଜିଠାରୁ ରାୟଗଡ ଉପଖଣ୍ଡର ସମସ୍ତ ବ୍ଳକ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ମାନଙ୍କରେ ଧlନବିକ୍ରୟ ସମ୍ପର୍କରେ ଚାଷୀଙ୍କୁ ସଚେତନତା କରିବ l ସେହି ଅନୁସାରେ ଯୋଗ୍ୟ ଚାଷୀମାନଙ୍କ ଠାରୁ ସରକାରଙ୍କ ନିର୍ଦ୍ଧାରିତ ଧାନ ମଣ୍ଡି ମାନଙ୍କରେ ଏଫକ୍ୟୁ ମାନର ଧାନ ସରକାରୀ ସହାୟକ ଦରରେ କ୍ରୟ କରାଯିବ l ସାଧାରଣ ମାନର ଧାନ ମୁଲ୍ୟ୨୦୪୦ଟଙ୍କା ଓ ଏ କିସମ ଧାନର ସାହାୟକ ମୂଲ୍ୟ ୨୦୬୦ଟଙ୍କା ରଖାଯାଇଛି l ରାୟଗଡ ବ୍ଲକ ଅନ୍ତର୍ଗତ ରାୟଗଡ ଆର.ଏମ.ସି ୟାର୍ଡ ଜିମିଡିପେଟାରେ ଆରେଏମସି ୟାର୍ଡରେ ରାୟଗଡ ଲ୍ୟାମ୍ପ ସହିତ ସଂଯୋଗ କରୁଥିବା ଗ୍ରାମ ପଞ୍ଚାୟତ ଗୁଡ଼ିକର ସମବାର ଓ ଶନିବାର ଦିନ ଧନ କ୍ରୟ କରାଯିବ l ସେହିପରି ଏମ.ପି.ସିଏସ୍ ସହିତ ସଂଯୋଗ କରୁଥିବା ଗ୍ରାମ ପଞ୍ଚାୟତ ଗୁଡିକ ରାୟଗଡ ଆର.ଏମ.ସି ୟାର୍ଡରେ ଶନିବାର ଦିନ , ଜିମିଡିପେଟାରେ ଆରେଏମସି ୟାର୍ଡରେରେ ଶୁକ୍ରବାର ଦିନ,ପିପଳଗୁଡା ଲ୍ୟାମ୍ପସ ପରିସରରେ ମଙ୍ଗଳବାର ଦିନ ଚାଷୀ ମାନଙ୍କ ଠାରୁ ଧାନ କିଣାଯିବ lକଲନାରା ବ୍ଲକର କଲନାରା ଲ୍ୟାମ୍ପସ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଗୁଡିକର ଧାନ ଲୋକପାଇ ଆର.ଏମ.ସି ୟାର୍ଡରେ ସମବାର ଓ ଶନିବାର, ମୁକୁନ୍ଦପୁର ଲ୍ୟାମ୍ପସ ପରିସରରେ ଶୁକ୍ରବାର ଦିନ, ଥେରୁବାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ମଙ୍ଗଳବାର ଦିନ କଲନାରା ଲ୍ୟାମ୍ପସ ସହିତ ସଂଯୋଗ କରୁଥିବା ଗ୍ରାମ ପଞ୍ଚାୟତ ଗୁଡ଼ିକର ଧlନ କ୍ରୟ କରାଯିବ l ସେହିପରି କଲ୍ୟାଣ ସିଂପୁର ବ୍ଳକର କଲ୍ୟାଣ ସିଂପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳ। ଶୁକ୍ରବାର ,ମlଝିଗୁଡା ଓ ବୁଡ଼ାଗୁଡା ଆରଏମସି ୟାର୍ଡରେ ଯଥାକ୍ରମେ ସମବାର ଓ ବୁଧବାର ଦିନ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ l କାଶୀପୁର ବ୍ଳକର କାଶୀପୁର ଓ ଟିକିରି ଲ୍ୟାମ୍ପସ ଯଥା କ୍ରମେ ଶୁକ୍ରବାର ଏବଂ ବୁଧବାର କିଣାଯିବ l ସରକାର ଙ୍କ ସମସ୍ତ ସୁବିଧା ଯୋଗାଇ ଦିଆଯାଉ ସେଗୁଡିକ ହେଲା ଧାନ ମଣ୍ଡିରେ ଅଖାର ବ୍ୟବସ୍ଥା, ଲେବର ବ୍ୟବସ୍ଥା ଓ ଗାଡ଼ିର ସମସ୍ତ ବ୍ୟବସ୍ଥା କରି ଏହି ଧାନ ମଣ୍ଡି କରିବା ପାଇଁ ରାୟଗଡ଼ା ଜିଲ୍ଲାର ସମସ୍ତ ଚାଷୀ ମାନେ ସୂଚନା ଦେଇଛନ୍ତି।