
ଧରାକୋଟ,୯/୧୨ ଧରାକୋଟସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ରୌପ୍ୟ ଜୟନ୍ତୀ ପାଳନ ଆଜି ମହା ସମାରୋହର ସହ ହୋଇଯାଇଛି । ଅଧ୍ୟକ୍ଷ ଅକ୍ଷୟ ପଟନାୟକ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ୟ୍ୟକ୍ରମକୁ ରାଜମାତା ନନ୍ଦିନୀ ଦେବୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ସି ହେଚ୍ଚ ସ ଇ ଉପସଚିବ ଡ କୁଳମଣି ଓଝା,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ବ୍ଲକ୍ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ,ଆଞ୍ଚଳିକ ନିର୍ଦ୍ଦେଶକ ସୁଶାନ୍ତ ଦାସ, ବି ଡି ଓ ଦେନିସ ବେହେରା,ତହସିଲଦାର କବିରାଜ ପ୍ରଧାନ,ସୋମନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଦିଗାମ୍ବର ବିଶୋଇ,ସୁବଳୀୟା ହେଛ ଏସ ସି ଅଧ୍ୟକ୍ଷ ସି ହେଚ ସୁଧାକର ରେଡ୍ଡୀ ଓ ସୋରଡ଼ା ମହିଳା ହେଚ ଏସ ସି ଅଧ୍ୟକ୍ଷା ସଂଯୁକ୍ତା ପଣ୍ଡା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଚରିତ୍ର ଗଠନ,ଶୃଙ୍ଖଳା ଜ୍ଞାନ,ସମାଜ ସେବା ଓ ଶୃଙ୍ଖଳିତ ଭବିଷ୍ୟତ ଗଠନ ପାଇଁ ମତ ରଖିଥିଲେ। ଓଡ଼ିଆ ଅଧ୍ୟାପକ ଲଡୁ କିଶୋର ବେହେରା ଏଥିରେ ସଂଯୋଜନା କରିଥିବା ବେଳେ ଇଂରାଜୀ ଅଧ୍ୟାପକ ବଳରାମ ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥି ମାନଙ୍କ ଅଭ୍ୟର୍ଥନା ରେ ଅଧ୍ୟାପିକା ଖିରାବ୍ଦୀ ସାହୁ ଓ ରାଜଶ୍ରୀ ବେହେରା ସହଯୋଗ ପ୍ରଦାନ କରିଥିବା ବେଳେ କ୍ରୀଡା ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ଦାସ, ଗୋପାଳ କୃଷ୍ଣ ପଣ୍ଡା,ପ୍ରଦୀପ କୁମାର ପାଣିଗ୍ରାହୀ,ଦିଲୀପ ମହାନ୍ତି,ସନ୍ଦୀପ ପଟ୍ଟନାୟକ,ପ୍ରଦୀପ ନାୟକ,ଅଶୋକ ଦାସ ଓ କୁସ ନାୟକ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ। ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।



