ଦଲାଲଙ୍କ ଇଙ୍ଗିତରେ ଚାଲୁଛି ଗଣ୍ଡିବେଡ଼ ଆରଆଇ ଅଫିସ୍,ଅଭିଯୋଗ କଲେ ଅଞ୍ଚଳବାସୀ

47

ବାଲେଶ୍ୱର,୮/୧୨ : ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧିନରେ ଥିବା ଗଣ୍ଡିବେଡ଼ ଆରଆଇ ଅଫିସ ଦୀର୍ଘଦିନ ହେବ ଜଣେ ଦଲାଲଙ୍କ ଦ୍ୱାରା ପରିଚାଳିତ ହେଉଥିବା ଅଞ୍ଚଳବାସୀ ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାଇ ବର୍ତ୍ତମାନ ଗଣ୍ଡିବେଡ଼ ଆରଆଇ ଅଫିସର କାର୍ୟ୍ୟରତ ଥିବା ଆରଆଇ ଜେମାମଣି ସିଂ ମୋହନ ସୁନ୍ଦର ମହାକୁଡ଼ ନାମକ ଜଣେ ଦଲାଲଙ୍କ ଅଫିସର ସମସ୍ତ କାର୍ୟ୍ୟ ତୁଲାଇ ଆସୁଛନ୍ତି।ଫଳରେ ଅଞ୍ଚଳର ଜନସାଧାରଣମାନେ କୌଣସି କାର୍ୟ୍ୟ ପାଇଁ ଆରଆଇ କାର୍ୟ୍ୟାଳୟକୁ ଆସିଲେ ଅଫିସରେ ଉପସ୍ଥିତ ଥିବା ମୋହନ ସୁନ୍ଦର ମହାକୁଡ଼ ସେମାନଙ୍କ ଠାରୁ ଅର୍ଥ ଆଦାୟ କରିବା ସହିତ ନିର୍ଦ୍ଧାରିତ କାର୍ୟ୍ୟକୁ ବିଳମ୍ବିତ କରିଥାନ୍ତି।ସେହିଭଳି ନାମଜାରି ,ଉତ୍ତରାଧିକାରୀ,ଜାତିଗତ ଏବଂ ସମସ୍ତ ପ୍ରମାଣପତ୍ର ପାଇଁ ଆରଆଇ ଉକ୍ତ ଦଲାଲ ଉପରେ ନିର୍ଭର କରିଥାଆନ୍ତି।ଏବଂ ବିଭିନ୍ନ ସମୟରେ ଉକ୍ତ ଦଲାଲ ଅଫିସକୁ ଆସିଥିବା ଲୋକମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ଅଫିସ ବନ୍ଦ ପରେ ମଧ୍ୟ ଅଫିସରେ ଉପସ୍ଥିତ ରହିଥାଆନ୍ତି।ଏମିତିକି ରାତି ଅଧରେ ମଧ୍ୟ ଏହି ଦଲାଲ ଅଫିସରେ ଉପସ୍ଥିତ ରହିଥାଆନ୍ତି।ଉକ୍ତ ଦଲାଲ ଜଣକ ଦୀର୍ଘ ବର୍ଷ ଧରି ଏଠାରେ ରହି ଦଲାଲି କରୁଥିବାବେଳେ ପୂର୍ବରୁ ଥିବା ଆରଆଈଙ୍କ ସମୟରେ ଏହି ଘଟଣା ନେଇ ଅଞ୍ଚଳବାସୀ ଅଭିଯୋଗ କରିଥିଲେ।ଯାହାଫଳରେ ସେତେବେଳର ଆରଆଇଙ୍କୁ ଅନ୍ୟତ୍ର ବଦଳି ହେବାକୁ ପଡ଼ିଥିବା କହିଛନ୍ତି ଅଭିଯୋଗକାରୀ।ଉକ୍ତ କାର୍ୟ୍ୟାଳୟରୁ ଯଦି ଏହି ଦଲାଲକୁ ବାହାର କରାନଯାଏ ତାହାଲେ ଆଗାମୀ ଦିନରେ ଅଞ୍ଚଳର ଜନସାଧାରଣ ନରେନ୍ଦ୍ର ବେହେରା,ଦିଗବିଜୟ ମହାକୁଡ଼,ରମେଶ ଚନ୍ଦ୍ର ରାଉଳ,ମନୋରଞ୍ଜନ ଦାସ,ମନୋରଞ୍ଜନ ଦଳାଇ,ରାଜେଶ ମହାକୁଡ଼,ଅଜୟ ମହାକୁଡ଼,ସୁମିତ୍ରା ଦଳେଇ,ବିଜୟ ଦାସ,ରଞ୍ଜନ ଦଳେଇ ପ୍ରମୁଖ ସୋର-କୁପାରି ରାଜ୍ୟ ରାଜପଥକୁ ଅବରୋଧ କରିବା ସହିତ ଆରଆଇ ଅଫିସକୁ ଘେରାଉ କରିବା ସହିତ ବାଲେଶ୍ୱର ଜିଲ୍ଲାପାଳ,ଉପଜିଲ୍ଲାପାଳ ୫ଟି ସଚିବ ଓ ରାଜସ୍ୱ ମନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି।ଏ ବିଷୟରେ ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରେ ସେ ଲିଖିତ ଅଭିଯୋଗ ପାଇଛନ୍ତି ଘଟଣାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେବୋଲି କହିଛନ୍ତି।