ବ୍ଳକ ଓ ଏନ୍ଏସି ସ୍ତରୀୟ ବିଜ୍ଞାନମେଳା ଆୟୋଜିତ

56

କୋଟପାଡ଼,୮/୧୨ କୋଟପାଡ଼ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ଓ ଏନ୍ଏସିସ୍ତରୀୟ ବିଜ୍ଞାନମେଳା ଆୟୋଜିତ ହୋଇଯାଇଛି।ଏହି ଅବସରରେ କୋଟପାଡ଼ ବ୍ଲକ ଓ ଏନ୍ଏସିର ମୋଟ ୮୬ ଟି ପ୍ରକଳ୍ପ ମୋଟ ସାତଟି ସବଥିମକୁ ଭିତ୍ତି କରି ଅଂଶଗ୍ରହଣ କରିଥିଲେ।ମୋଟ ସାତଟି ସବଥିମକୁ ଭିତ୍ତିକରି ସରକାରୀ ଏସଏସଡି ବାଳିକା ହାଇସ୍କୁଲର ସୋନାଲି ମାଝୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାସ୍ତାମ୍ବାର ଶ୍ରାବଣୀ ତ୍ରୀପାଠୀ, ସରକାରୀ ଏସଏସଡି ହାଇସ୍କୁଲର ଗଙ୍ଗାଧର ପୂଜାରୀ, ସରକାରୀ ଉଚ୍ଚ ବିଦ୍ୟାଳୟ ଗୁମୁଣ୍ଡାର ରତ୍ନମଣି ଭତରା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,କୋଟପାଡ଼ର ଶ୍ରୀୟା ଜେନା, ସରକାରୀ ଉଚ୍ଚ ବିଦ୍ୟାଳୟ, କୋଟପାଡ଼ର ବି.ରିଜୋୟସ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନାରାହାଣ୍ଡିର ପ୍ରିତି ନାଗ ମୋଟ ସାତଜଣ ସାତଗୋଟି ସବଥିମରେ ବିଚାରକମଣ୍ଡଳୀ ଦ୍ୱାରା ଶ୍ରେଷ୍ଠ ଵିଵେଚିତ ହୋଇ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। କମିଟି ସଂପାଦକ ମାନସ ମଣ୍ଡଳ, କୋଷାଧ୍ୟକ୍ଷ ବୈଦ୍ୟନାଥ ଗଣ୍ଡା ଓ ସହ ସଂପାଦକ ଶ୍ରୀକାନ୍ତ ସେଠୀ ଆକ୍ରାନ୍ତ ପରିଶ୍ରମରେ ବିଜ୍ଞାନମେଳା ସଫଳ ହୋଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ସାଧୁବାଦ ଜ୍ଞାପନ କରାଯାଇଥିଲା।ଏହି ବିଜ୍ଞାନମେଳାକୁ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ ଉଦଘାଟନ କରିଥିବାବେଳେ ସୁଧୀର ମହାନ୍ତି, ବିଧାୟିକା ପ୍ରତିନିଧି ପ୍ରଦୀପ ବକ୍ସି, ଆଇନଜୀବୀ ପଙ୍କଜ କୁମାର ପାତ୍ର, ସମାଜସେବୀ ଗଣେଶ ଚନ୍ଦ୍ର ପଣ୍ଡା, ଵ୍ଳକ ଅଧ୍ୟକ୍ଷା କମଳା ଭତରା, ଉପାଧ୍ୟକ୍ଷ ତପନ କୁମାର ପାଣିଗ୍ରାହୀ,ଏଵିଇଓ ଖଗେଶ୍ବର ଗୋଲୋରୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିବାବେଳେ କମିଟି ସଦସ୍ୟ ସହ ପ୍ରଦୀପ ପ୍ରଧାନ, ଡମ୍ବରୁ ହରିଜନ, ଜଗବନ୍ଧୁ ଢଳିଆ, ପ୍ରଦୀପ ନାୟକ, ଧନଞ୍ଜୟ ନାୟକ,ଵୈରୀଗଞ୍ଜନ ମହାଲିକ ପ୍ରମୁଖ ସହଯୋଗ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ କୋଟପାଡ଼ ଏନ୍ଏସି ଅଧ୍ୟକ୍ଷ ଏମ୍.ଶଙ୍କର ରାଓ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତି ତିଲୋତ୍ତମା ଗରଡା,ଏବିଇଓ ନଳିନୀ ସାହୁ ପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିଲେ। ବିଭିନ୍ନ ମହଲରେ ବିଜ୍ଞାନମେଳା ଦ୍ଵାରା କୁନିକୁନି ଛାତ୍ରଛାତ୍ରୀମାନଙ୍କ ବୈଜ୍ଞାନିକ ଚିନ୍ତାଧାରାରେ ଉନ୍ନତି ପାଇଁ ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟି କରାଯାଇଥିବାରୁ ଉଚ୍ଚପ୍ରଶଂସା କରାଯାଉଥିବା ଖବର ମିଳିଛି