ଯୋଗାଣ ବିଭାଗ ର ଚଢ଼ାଉ – ବେଆଇନ ଗଚ୍ଛିତ ଧାନ ଜବତ

11

କଣ୍ଟାବାଞ୍ଜି,୦୭-୧୨: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କୁଣ୍ଡାବୁଟୁଲା ଗ୍ରାମର ବ୍ୟବସାୟୀ ରଘୁରାମ ସାହୁଙ୍କ ଘରେ ବେଆଇନ ଭାବେ ଧାନ ଗଚ୍ଛିତ ଥିବା ଖବର ପାଇ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ଶୁନାନୀ ଓ ଯୋଗାଣ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା । ଏସଆରସିଏସ ରାଧାକୃଷ୍ଣ ମେହେର, ଏସିଏସଓ ଟିଟିଲାଗଡ ଶଙ୍କର୍ଷଣ ଭୋଇ, ଯୋଗାଣ ନିରୀକ୍ଷକ ପଦ୍ମଲୋଚନ ମାଝୀ ପ୍ରମୁଖ ଚଢଉରେ ସାମିଲ ହୋଇଥିଲେ । ବେଆଇନ ଭାବେ ଧାନ ଗଚ୍ଛିତ ଥିବା ଖବର ପାଇ ଯୋଗାଣ ବିଭାଗ ପକ୍ଷରୁ ଏକ ସ୍କ୍ୱାର୍ଡ ଗଠନ କରାଯାଇ ଚଢଉ କରାଯାଇଥିଲା । କୁଣ୍ଡାବୁଟୁଲା ଗ୍ରାମର ରଘୁରାମ ସାହୁ ନିଜ ଗୋଦାମରେ ୫୦୦ ବସ୍ତା ଧାନ ଥିବା କହିଥିଲେ ।ସେଠାରୁ ସ୍କ୍ୱାର୍ଡ ଦଳ ୮୫୪ ବସ୍ତା ଧାନ ଗଚ୍ଛିତ ଥିବା ଆକଳନ କରିଥିଲେ ।୩୫୪ ବସ୍ତା ଧାନ ବେଆଇନ ଭାବେ ଗଚ୍ଛିତ ଥିବାରୁ ଧାନ କୁ ଜବତ କରାଯାଇଥିବା ଜଣାପଡିଛି । ପୂର୍ବରୁ ଚାଷୀଙ୍କ ଠାରୁ କାମ ଦାମରେ ବେଆଇନ ଭାବେ ଧାନ କିଣି ମହଜୁଦ କରି ରଖିଥିବା ୫୦୦ ବସ୍ତା ନିଜର ବୋଲି କହିଥିଲେ । ହେଲେ ୫୦୦ ରୁ ୮୫୪ ବସ୍ତା ଥିବାରୁ ରଘୁରାମ ସାହୁ ଏହି ଧାନ ଆମ ଚାରି ଭାଇ ଙ୍କ କ୍ଷେତର ବୋଲି ଦାବି କରିଥିଲେ । ଏନେଇ ତହସିଲଦାର ଗୁଣମଣି ଶୁନାନୀ ୩୫୪ ବସ୍ତା ଧାନ ଜବତ କରିଥିଲେ।