ତେଜିଲା ଘୁମୁସର ଆନ୍ଦୋଳନ :ଏକାଠି ହେଲେ ବୁଦ୍ଧିଜୀବି ଓ ରାଜନେତା

63

ବେଲଗୁଣ୍ଠା,୬/୧୨(ଜିଲ୍ଲା ଖବର) : ତିରିଶି ବର୍ଷ ତଳୁ ଆରମ୍ଭ ହୋଇଥିବା ଘୁମୁସର ଜିଲ୍ଲା ଗଠନ ଦାବି ପୂରଣ ପାଇଁ ଆଜି ବେଲଗୁଣ୍ଠା ବ୍ଳକ୍ ଗୋବରା ଅଞ୍ଚଳରେ ବୁଦ୍ଧିଜୀବୀ ଏବଂ ରାଜନେତା ମାନେ ଏକାଠି ହୋଇ ଏକ ନୂଆଁ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଛନ୍ତି I ଆଜି ମହାତ୍ମା ଗାନ୍ଧୀଙ୍କ ଗୋବରା ପଦାର୍ପଣ ଦିବସ ଅବସରରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଗୋବରା ମାଟିରେ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ୍, ଆଇନୀଜୀବୀ ଏବଂ ରାଜନେତା ମାନେ ଏକାଠି ହୋଇ ପ୍ରଥମେ ଗୋବରା ବଜାରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ମ୍ୟାଲାର୍ପଣ କରିଥିଲେ I ଏହାପରେ ଏକ ସାଧାରଣ ବୈଠକର ଆୟୋଜନ କରାଯାଇ ଘୁମୁସର ଜିଲ୍ଲା ଗଠନ ଦାବି ଦିଗରେ ଆଲୋଚନା କରାଯାଇଥିଲା I ଏହି ଅବସରରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ଘୁମୁସର ବରିଷ୍ଠ ନାଗରୀକ ସଂଘ ସଭାପତି ତଥା ଆଇନିଜୀବୀ ସୋମନାଥ ନାୟକ ଉଦ୍ଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଓକିଲ ସଂଘ ସଭାପତି ସନ୍ତୋଷ ନାୟକ ଯୋଗଦେଇଥିଲେ I ସେହିପରି ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ଏମ୍ ତାଜ୍ ଆଦେନୀ,କ୍ଷତ୍ରିୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ, ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା,ଆଇନଜୀବୀ ରବୀନ୍ଦ୍ର ଦାସ, ରଂଜିତ୍ ମିଶ୍ର , ପୂର୍ବତନ କଲେଜ ଅଧକ୍ଷ ସନ୍ତୋଷ ବିଶ୍ୱାଳ, ଅଧ୍ୟାପକ ଦିବ୍ୟଲୋଚନ ବିଶ୍ୱାଳ, ଶିକ୍ଷାବିତ ରାମକୃଷ୍ଣ ପାତ୍ର, କୃଷକ ନେତା ଶିଶିର ନାୟକ, ଯୋଗ ଦେଇ ଘୁମୁସର ଜିଲ୍ଲା ଗଠନ ପାଇଁ ତୃଣମୂଳସ୍ତରରୁ ହିଁ ମିଳିତ ପ୍ରୟାସ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ I ଆଜିର କାର୍ଯ୍ୟକ୍ରମରେ ଘୁମୁସର ଅଞ୍ଚଳର ବହୁ ନାଟ୍ୟକାର, ସାହିତ୍ୟିକ,କବି ମଧ୍ୟ ଏକାଠି ହୋଇ ଘୁମୁସର ଜିଲ୍ଳା ଗଠନ ପାଇଁ ସେମାନଙ୍କର ଅଭୂତପୂର୍ବ ସମର୍ଥନ ଜଣାଇଥିଲେ I