ବିଧାୟକ ସନ୍ତୋଷ ସିଂହ ସାଲୁଜା ,ସମର୍ଥକ ଓ ଚାଷୀଙ୍କ ସହ କଲେ ରାସ୍ତା ଅବରୋଧ

16

କଣ୍ଟାବାଞ୍ଜି,୬/୧୨(ଜିଲ୍ଲା ଖବର) : ବଲାଙ୍ଗୀର ଜିଲ୍ଲା ତୁରେକେଲା ପେକ୍ସରେ ଚାଷୀଙ୍କ ଧାନ କଟନୀ ଛଟନୀ ହେଉଥିବା ଚାଷୀ ମାନେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଅଭିଯୋଗ କରିଥିଲେ । ତେବେ ଆଜି ବିଧାୟକ ପେକ୍ସ ପରିଦର୍ଶନ କରିବା ସହ ଏହି ଅଭିଯୋଗର ସତ୍ୟତା ଜାଣିଥିଲେ ।ତେବେ ପେକ୍ସରେ କଟନୀ ଛଟନୀ ହେଉଥିବା ବେଳେ ମିଲର୍ସ ମାନେ ଚାଷୀଙ୍କ ଠାରୁ ଧାନ କିଣୁ ଥିବା ବିଧାୟକ କହିଛନ୍ତି । କଟନୀ ଛଟଣୀ ବନ୍ଦ କରିବା ଦାବି କରି ତୁରେକେଲା-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ବିଧାୟକ ଅବରୋଧ କରିଛନ୍ତି । ଯେ ପର୍ଯ୍ୟନ୍ତ କୌଣସି ଅଧିକାରୀ ପହଁଚିବେ ନାହିଁ ରାସ୍ତା ରୋକ ହଟିବ ନାହିଁ ବୋଲି ବିଧାୟକ ଜିଦ ରେ ଅଟଳ ଅଛନ୍ତି । ଏଥିରେ ବହୁ ଚାଷୀ ମାନେ ସାମିଲ ହୋଇଛନ୍ତି ।