
ଧରାକୋଟ,୬/୧୨(ଜିଲ୍ଲା ଖବର) : ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଆନ୍ଦୋଳନ ଡାକରାରେ ସାମିଲ ହୋଇଛନ୍ତି ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତ ଆଶା କର୍ମୀ ମାନେ। ଗତ 29 ତାରିଖ ଠାରୁ ଭୁବନେଶ୍ଵର ଠାରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ସଂଘ ପକ୍ଷରୁ ସାତ ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ ଚାଲିଛି । ଜାତୀୟ ସ୍ବାସ୍ଥ୍ୟ ମିଶନ କୁ ସ୍ଥାୟୀ କରିବା,ସରକାରୀ କର୍ମଚାରୀ ମାନ୍ୟତା,ମାସିକ 18000 ଦରମା,ଅବସର କାଳୀନ ଅର୍ଥ ସହ ମାସିକ ଭତା,ମୃତ୍ୟୁ କାଳୀନ ସହାୟତା, ଏ ଏନ୍ ମ ଭାବେ ନିଯୁକ୍ତି, ଆଶା ଗୃହ ନିର୍ମାଣ, କୋଭିଡ ରେ ମୃତ୍ୟୁ ବରଣ କରିଥିବା କର୍ମୀଙ୍କୁ ସହାୟତା ରାଶି ପ୍ରଦାନ କରିବା ଭଳି ଦାବୀ ରହିଛି ।ଆଜି ଜିଲ୍ଲା ସମ୍ପାଦିକା ସସ୍ମିତା ପାଢ଼ୀ,ବ୍ଲକ୍ ସଭାପତି ଝୁଲି ଦାସ ଓ ବ୍ଲକ୍ ସମ୍ପାଦକ ସସ୍ମିତା ପାଣିଗ୍ରାହୀ ଙ୍କ ନେତୃତ୍ବରେ ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଭାର ପ୍ରାପ୍ତ ଡାକ୍ତର ଏମ ଭି କେ ଅଶୋକ ଙ୍କ ସହ ବି ଡି ଓ ଡେନିସ ବେହେରା ଓ ଥାନା ଅଧିକାରୀ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରି ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ଆଶା କର୍ମୀ ଙ୍କ ଏହି ଧାରଣା ଯୋଗୁଁ ସ୍ବାସ୍ଥ୍ୟ ସେବା ବିପନ୍ନ ହେବାର ଆଶଙ୍କା ଦେଖା ଦେଇଛି।



