ପଞ୍ଚାୟତ ସ୍ତରୀୟ ଗଞ୍ଜାମ ଜିଲ୍ଲା କ୍ରୀଡା ମହୋତ୍ସବ

46

ଧରାକୋଟ,୬/୧୨(ଜିଲ୍ଲା ଖବର) : ଧରାକୋଟ ବ୍ଲକର ଅଠର ଗୋଟି ପଞ୍ଚାୟତର ସଦମହକୁମାରେ ପଞ୍ଚାୟତ ସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ମିନି ଷ୍ଟାଡିୟମରେ ନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ସାହୁ ଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସରପଞ୍ଚ ପୁନିଆ ଦାସ, ମୁଣ୍ଡମରାଇ ରେ ସରପଞ୍ଚ ଅଭିମନ୍ୟୁ ସେଠୀ, ରୁଗୁମ୍ ରେ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ, ଢ଼ଉଗାଁ ରେ ସରପଞ୍ଚ ମନୁ ପାତ୍ର, ମାଣିକ ପୁରରେ ସରପଞ୍ଚ ଉର୍ବଶୀ ବିଶୋଇ, ଜାହାଡ଼ା ରେ ସରପଞ୍ଚ ସତ୍ୟବାଦୀ ସ୍ୱାଇଁ,ଜଗମୋହନ ରେ ଲିନା କୁମାରୀ ମହାରଣା, ଝରପାରି ରେ ମାଧୁରୀ ସ୍ୱାଇଁ, ଝାଡବନ୍ଧରେ ଯୋଗେନ୍ଦ୍ର ସ୍ୱାଇଁ ପ୍ରମୁଖ କ୍ରୀଡ଼ା ମହୋତ୍ସବର ଶୁଭାରମ୍ଭ କରିଥିଲେ ।ଦୌଡ଼,ଲମ୍ବା ଡ଼ିଆଁ, ଉଚ୍ଚ ଡ଼ିଆଁ, ସଟ ଫୁଟ,ଖୋକ ଓ କ୍ରିକେଟ ପ୍ରଭୃତି ଖେଳ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ନିର୍ବାହୀ ଅଧିକାରୀ କାଳୁ ଚରଣ ସ୍ୱାଇଁ,ଦେବରାଜ ନାୟକ, ଅମୂଲ୍ୟ ରାଉଳ,ରମେଶ ଚନ୍ଦ୍ର ପୃଷ୍ଟି,ଅଶୋକ ସେଠୀ,ଅର୍ଚ୍ଚନା ମଲିକ ପ୍ରମୁଖ ସମସ୍ତ ପଞ୍ଚାୟତର କ୍ରୀଡା ମହୋତ୍ସବ ର ପରିଚାଳନା କରିଥିଲେ।