ଭାମିନି ସ୍ଥିତ ବଂଶଧାରା ନଦୀ ରେ ଗାଧୋଇବା ବେଳେ ୧୩ ବର୍ଷୀୟ ବାଳକ ନିଖୋଜ

85

ରାୟଗଡ଼ା:-୪-୧୨- (ଜିଲ୍ଲା ଖବର) ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଭାମିନି ଗ୍ରାମ ରେ ଶନିବାର ଦିନ ୧୧:୪୫ ଟା ସମୟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି ,ମିଳିଥିବା ସୂଚନା ଅନୁଯାୟୀ ଶନିବାର ଦିନ ସକାଳୁଆ ସ୍କୁଲ ଥିବାରୁ ସ୍କୁଲ ଛୁଟି ହେବା ପରେ ଚାରି ଜଣ ରୁ ପାଞ୍ଚ ଜଣ ବାଳକ ସାଙ୍ଗ ହୋଇ ନିକଟସ୍ଥ ବଂଶଧାରା ନଦୀ କୁ ଗାଧୋଇବା ପାଇଁ ଯାଇଥିଲେ , ଗାଧୋଇବା ଅବସ୍ଥାରେ ରାଧାକୃଷ୍ଣ ବେହେରା ଙ୍କ ପୁଅ ପ୍ରବୀଣ କୁମାର ବେହେରା(୧୩) ହଟାତ ଭାସିଯାଇଥିଲେ , ସାଙ୍ଗ ମାନେ ମଧ୍ୟ ନଦୀ ର ପ୍ରଖର ସ୍ରୋତ ରେ ଭାସିଯାଉଥିବା ବେଳେ ନିଜ ନିଜ ସହଯୋଗ ମଧ୍ୟରେ ଉଦ୍ଧାର ହୋଇ ଯାଇଥିଲେ କିନ୍ତୁ ଏହି ନିଖୋଜ ଥିବା ବାଳକ କୁ ଉଦ୍ଧାର କରିବାରେ ବିଫଳ ହେବା ପରେ ନିଖୋଜ ବାଳକ ର ପରିବାର ଲୋକ ଙ୍କୁ ଉକ୍ତ ଘଟଣା ସମ୍ପର୍କରେ କହିଥିଲେ , ସଙ୍ଗେ ସଙ୍ଗେ ଉଦ୍ଧାର କରିବା ନିମନ୍ତେ ଘଟଣା ସମ୍ପର୍କରେ ସୂଚନା ପାଇବା ସଙ୍ଗେ ସଙ୍ଗେ ଗୁମୁଡ଼ା ଦମକଳ ବାହିନୀ ଅଧିକାରୀ ଜଗନ୍ନାଥ ରାଓ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ଉଦ୍ଧାର କରିବାରେ ବିଫଳ ହେବା ପରେ ଗୁଣୁପୁର ଓଡ୍ରାଫ ଟିମ ଭାମିନି ଆଇଆରବି ବାଟାଲିୟନ କୁ ନିୟୋଜିତ କରାଯାଇଥିଲେ ମଧ୍ୟ ନିଖୋଜ ବାଳକ ପ୍ରବୀଣ କୁମାର ବେହେରା ଙ୍କ କୌଣସି ପ୍ରକାର ଖବର ମିଳିପାରି ନାହିଁ ,

ଖବର ଲେଖାଯିବା ବେଳକୁ ନିଖୋଜ ବାଳକ ର ସନ୍ଧାନ ମିଳିନଥିବା ଜଣାପଡ଼ିଛି , ଉକ୍ତ ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମବାସୀ ,,ଭାମିନି ପଂଚାୟତ ନିର୍ବାହୀ ଅଧିକାରୀ, ସ୍ଥାନୀୟ ରାଜସ୍ୱ ନିରୀକ୍ଷକ,ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ , ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ , ଅତିରିକ୍ତ ତହସିଲଦାର ଚନ୍ଦ୍ରଦାସ ମହାନନ୍ଦିଆ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ବରିଷ୍ଠ ବିଜେଡି ନେତା ଗଗନ ବିହାରୀ ଆଚାର୍ଯ୍ୟ ,ସାଂସଦ ପ୍ରତିନିଧି ଗାର୍ଜନା ପ୍ରସାଦ ରାଓ ,ଭାମିନି ସରପଞ୍ଚ ରିତୁ ପ୍ରଭା ଗୋମାଙ୍ଗ ,ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ,ରାମନାଗୁଡା ବିଜେଡି ଯୁବ ସଭାପତି ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ନିଖୋଜ ବାଳକ ର ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ।ଏହି ଘଟଣା ସବୁଆଡେ ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।