ଆସିକାରେ ଅଖୀଳ ଭାରତୀୟ ପୂର୍ବ ସୈନିକ ସେବା ପରିଷଦ,ଓଡିଶା ପକ୍ଷରୁ ମାତୃଶକ୍ତିକୁ ସମ୍ଭର୍ଦ୍ଧନା ଉତ୍ସବ

52

ଆସିକା,୪/୧୨(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ଲାଲାଶାସନ ସ୍ଥିତ ବିମଳା କଲ୍ୟାଣ ମଣ୍ଡପ ଠାରେ ଆଜି ଅଖୀଳ ଭାରତୀୟ ପୂର୍ବ ସୈନିକ ସେବା ପରିଷଦ,ଓଡିଶା ପକ୍ଷରୁ ମାତୃଶକ୍ତିକୁ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କ୍ୟାପଟେନ ବିପିନ ବିହାରୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିବା ବେଳେ ପରିଷଦର ଓଡିଶା ପ୍ରଦେଶ ସଭାପତି ବ୍ରିଗେଡିୟର ଅଭିମନ୍ୟୁ ରାଉତ, ଏ,ବି.ପି.ଏସ.ଏସ.ପି ସେକ୍ରେଟାରୀ କଂଗ୍ରେସ ପ୍ରଧାନ ସମେତ ବହୁ ସେନା କର୍ମଚାରୀଊ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ସମସ୍ତ ମାତୃଶକ୍ତି ସଦସ୍ୟା ଏବଂ ଆସିକାର ଶହୀଦ ଉମାକାନ୍ତ ପଟ୍ଟନାୟକଙ୍କ ପିତା ରାଜକିଶୋର ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୈନିକ ମାନଙ୍କ କଲ୍ୟାଣ ସାଙ୍ଗକୁ ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରାଯାଇଥିଲା । ଏହା ସହିିତ ବାଲିଗୁଆଳିି ସ୍ଥିତ ସ୍ୱାମୀ ନାରାୟଣ ମନ୍ଦିର ଠାରେ ଗତ ନଭେମ୍ବର ମାସରେ ତିନି ଦିନ ଧରି ଅନୁଷ୍ଠିତ ପରିଷଦର ବାର୍ଷିକ ସାଧାରଣ ଅଧିବେଶନରେ କାର୍ଯ୍ୟକ୍ରମରେ ମାତୃଶକ୍ତି ସଦସ୍ୟାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସେମାନେ ସର୍ବଦା ଦେଶ ପାଇଁ ଉତ୍ସର୍ଗୀକୃତ ରହିବା ସହିତ ସମାଜସେବା ଓ ସଂସ୍କୃତିର ସୁରକ୍ଷା ଦିଗରେ କାର୍ଯ୍ୟରତ ରହିଥାନ୍ତି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଆସିକା,ବ୍ରହ୍ମପୁର,ଭଞ୍ଜନଗର,କବିସୂର୍ଯ୍ୟନଗରରୁ ଆସିଥିବା ମାତୃଶକ୍ତି ସଦସ୍ୟା ଏବଂ ପୂର୍ବ ସୈନିକଙ୍କୁ ବ୍ରିଗେଡିୟର ଅଭିମନ୍ୟୁ ରାଉତ ପୁଷ୍ପଗୁଛ ଓ ଉପଢୈାକନ ଦେଇ ସମ୍ମାନୀତ କରିଥିଲା । ଏହି କାର୍ଯ୍ୟକ୍ରମରେ ପରିଷଦର ଓଡିଶା ପ୍ରଦେଶ ସଭାପତି ବ୍ରିଗେଡିୟର ଅଭିମନ୍ୟୁ ରାଉତ ପୁରୀ ସ୍ଥିତ ସ୍ୱାମୀ ନାରାୟଣ ମନ୍ଦିର ଠାରେ ଆୟୋଜିତ ବାର୍ଷିକ ସାଧାରଣ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ସୈନିକର ପ୍ରତିଟି ରକ୍ତରେ ସେବା ପ୍ରବାହିତ ହୋଇଥିବା ମତକୁ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ସେହିଭଳି ସେନା ସ୍ଥାୟି କମିଟି ସଭାପତି ଜୁଏଲ ଓରାମ ସୈନକ ମାନଙ୍କୁ ଦେଇଥିବା ଉଦବୋଧନକୁ ଉପସ୍ଥାପନ କରିଥିଲେ । ଦେଶ ପାଇଁ ସୈନିକ ମାନଙ୍କ ଅବଦାନକୁ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ସୈନିକ ମାନେ ସେବାରେ ଥିବା ବେଲେ ଯେପରି କାମ କରୁଥିଲେ ବର୍ତମାନ ଅବସର ନେବା ପରେ ମଧ୍ୟ ସେହିଭଳି ସମାଜସେବା ଓ ଓଡିଶାର କଳା,ସଂସ୍କୃତି ଓ ଭାସ୍କର୍ଯ୍ୟର ସୁରକ୍ଷା ଦିଗରେ କାର୍ଯ୍ୟରତ ରହିଛନ୍ତି । ସମାଜସେବା ଓ ସଂସ୍କୃତିର ସୁରକ୍ଷା ନେଇ ଏହି ପରିଷଦ ନେଇ ଗଠନ କରାଯାଇଥିବା କହିଥିଲେ । କାର୍ଯ୍ୟ ସିଦ୍ଧି ପାଇଁ ସମର୍ପଣ ଆବଶ୍ୟକ । ତେଣୂ ପୂର୍ବ ସୈନିକ ଓ ମାତୃଶକ୍ତି ସଦସ୍ୟା ଏହା ପ୍ରମାଣିତ କରିଛନ୍ତି ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଭାରତର ପୂର୍ବ ସୈନିକଙ୍କ ଉଦ୍ଧେଶ୍ୟରେ ଦେଶର ସ୍ଥଳ ବାହିନୀ,ଜଳ ବାହିନୀ,ଆକାଶ ବାହିନୀ ଏବଂ ଆସାମ ରାଇଫଲ ସୈନିକ ମାନଙ୍କୁ ନେଇ ଏକ ସଂଗଠନ ଗଠନ କରାଯିବ ବୋଲି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ୟାପଟେନ ବି.ବି.ଦାଶ,ବ୍ରିଗେଡିୟର ଅଭିମନ୍ୟୁ ରାଉତ,ସୁବେଦାର କଂଗ୍ରେସ ପ୍ରଧାନ,ସୁବେଦାର କେ.ସି. ନାୟକ,ଭେଟେରାନ ବିଜୟ ପାଣିଗ୍ରାହି,ଅଲେଖ ବେହେରା,ହାବିଲ ଦାର ସୁଦେଶ ସାହୁ,ୟୁ.ଏନ.ସ୍ୱାଇଁ,ପ୍ରଫୁଲ ମହାନ୍ତି,କେଶବ କୁମାର ମାହୁନ୍ତ, ଗୈାରହରି ସେଠି ସମେତ ବହୁ ପୁର୍ବ ସୈନିକ ଓ ମାତୃଶକ୍ତି ସଦସ୍ୟା ଯୋଗ ଦେଇଥିଲେ ଶେଷରେ ।