ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ସଂସ୍କାର ଯୋଜନା କାର୍ଯ୍ୟକ୍ରମ।

77

(ପ୍ରଗାଢ଼ ବିଶ୍ବାସ ହିଁ ଆଧ୍ୟାତ୍ମିକତାର ମୂଳମନ୍ତ୍ର)

ଆସିକା : ତା ୩/୧୨ – ଓଡ଼ିଶା ସରକାର ନିର୍ଦ୍ଦେଶକ୍ରମେ ଉଚ୍ଚ ଶିକ୍ଷା ବିଭାଗ ପ୍ରାୟୋଜିତ କାର୍ଯ୍ୟକ୍ରମ ଯୁବ ସଂସ୍କାର ଯୋଜନା ପାଠଚ଼କ୍ର ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ସଂପାଦିତ ହୋଅଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ପୌରହିତ୍ୟ କରିଥିବା ବେଳେ ଉପ-ପ୍ରଶାସନିକ ଅଧିକାରୀ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ପାଠଚ଼କ୍ର ସଂଯୋଜନା ତଥା ମଞ୍ଚାସୀନ ଅତିଥିଙ୍କ ପରିଚ଼ୟ ପ୍ରଦାନ କରିଥିଲେ। ପାଠଚ଼କ୍ର ପ୍ରାରମ୍ଭରେ ଅତିଥିମାନଙ୍କୁ ରାଜନିତୀ ଅଧ୍ୟାପିକା ସୁଶ୍ରୀ ମିନତି ବେହେରାଙ୍କ ନିମନ୍ତ୍ରଣ କ୍ରମେ ଛାତ୍ରୀମାନଙ୍କ ଦ୍ବାରା ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ମଞ୍ଚାସୀନ କରାଯାଇଥିଲା। ବେଦପାଠ ଗବୈୟା ଧନଞ୍ଜୟ ମହାପାତ୍ରଙ୍କ ବେଦମନ୍ତ୍ର ଧ୍ବନିରେ ଅତିଥିମାନଙ୍କ ଦ୍ବାରା ଦେବ ବିଗ୍ରହରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଉକ୍ତ ପାଠଚ଼କ୍ରରେ ସମ୍ମାନୀତ ଅତିଥିରୂପେ ଆସିକା ସହରର ବିଶିଷ୍ଠ ଆଧ୍ୟାତ୍ମିକବାଦୀ ପୂର୍ଣ୍ଣଚ଼ନ୍ଦ୍ର ରାୟଗୁରୁ ଏବଂ ମୁଖ୍ୟ ଅତିଥି ତଥା ପ୍ରଗଲ୍ଭ ବକ୍ତାରୂପେ ଟିଭି ଭାସ୍କର ରାଓ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ଡ. ତ୍ରିପାଠୀ ନିଜର ସ୍ବାଗତ ଭାଷଣରେ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଚାରିତ୍ରିକ ମୂଲ୍ୟବୋଧର ବାର୍ତ୍ତା ରଖିଥିଲେ।

ସମ୍ମାନୀତ ଅତିଥି ଶ୍ରୀ ରାୟଗୁରୁ ପ୍ରଗାଢ଼ ବିଶ୍ବାସ ହିଁ ଆଧ୍ୟାତ୍ମିକତାର ମୂଳମନ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ ଏବଂ ଯୁବକ ଯୁବତୀମାନଙ୍କୁ ଦୈନନ୍ଧିନ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାରିତ ହେବା ପାଇଁ ପ୍ରବର୍ତ୍ତାୟୀ ଥିଲେ। ମୁଖ୍ୟ ଅତିଥି ତଥା ବାଗ୍ମୀ ଶ୍ରୀ ରାଓ ଛାତ୍ରଛାତ୍ରୀଙ୍କ ମଙ୍ଗଳକାମନା କରି ସଂସ୍କାରିତ ଏବଂ ପରିମାର୍ଜିତ ଜୀବନ ଶୈଳୀ ଅବଲମ୍ବନ କରିବା ପାଇଁ ଯୁବାପୀଢୀକୁ ଆହ୍ବାନ କରିଥିଲେ ଏବଂ ସରକାରଙ୍କ ଉକ୍ତ ଯୋଜନାକୁ ସାଧୁବାଦ ଜଣାାଇଥିଲେ। ଉକ୍ତ ପାଠଚକ୍ରରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ସମବେତ ହୋଇଥିଲେ। ପରିଶେଷରେ ଅକାଡେମିକ ବର୍ସର ଡ. ସୂରଜ କୁମାର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।