ମେକ ଇନ ଓଡ଼ିଶା କନକ୍ଲେଭ -୨୦୨୨ରେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ଜିଆଇଇଟି ବିଶ୍ଵବିଦ୍ୟାଳୟ ପୁରସ୍କୃତ

48


ଗୁଣୁପୁର-୨/୧୨ : ଜିଆଇଇଟି ବିଶ୍ଵବିଦ୍ୟାଳୟ ଗୁଣୁପୁରକୁ ମେକ ଇନ ଓଡ଼ିଶା କନକ୍ଲେଭ -୨୦୨୨ରେ ଷ୍ଟାର୍ଟ ଅପ୍ ବୁଟ୍ କ୍ୟାମ୍ପ କାଯ୍ୟକ୍ରମ ପାଇଁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ଓଡିଶା ସରକାରଙ୍କ ଦ୍ଵାରା ସଂମ୍ମନିତ କରାଯାଇଛି। ଏହି ଉତ୍ସବରେ ଓଡିଶା ସରକାରଙ୍କ କ୍ଷୁଦ୍ର,ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଠାରୁ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ.ଭି. ଜଗନ୍ନାଧ ରାଓଙ୍କୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଦଶ ହଜାର ଛାତ୍ରଛାତ୍ରୀ ଷ୍ଟାର୍ଟ ଅପ ଓଡ଼ିଶାରେ ଅଂଶଗ୍ରହଣ କରି ସେମାନଙ୍କର ନୂତନ ଚିନ୍ତାଧାରା ପ୍ରୟୋଗ କରି ବିଭିନ୍ନ ସମସ୍ୟାର ସମାଧାନର ପନ୍ଥା ଏଠାରେ ଉପସ୍ଥାପନ କରିଥିଲେ।ଏଥିରେ ଜିଆଇଇଟି ବିଶ୍ୱବିଦ୍ୟାଳୟରୁ ଦୁଇଜଣ ଛାତ୍ରଛାତ୍ରୀ ଯଥା କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରୁ ଶ୍ରୀ ଅଙ୍କିତ କୃଷ୍ଣ ଏବଂ ବାୟୋ-ଟେକ୍ନୋଲୋଜି ବିଭାଗରୁ ସୁଶ୍ରୀ ମାଳତୀ ହେମ୍ବ୍ରମ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ । ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ଶୁଭ ଅବସରରେ ଜିଆଇଇଟି ବିଶ୍ଵ ବିଦ୍ୟାଳୟର ସଭାପତି ଡକ୍ଟର ସତ୍ୟ ପ୍ରକାଶ ପଣ୍ଡା, ଉପ-ସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡା ,ମହାନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା, କୁଳପତି ଡ଼ଃ ଗୌତମ ଘୋଷ ପ୍ରମୁଖ ଏହି ଦୁଇ କୃତୀ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜିଆଇଇଟି ବିଶ୍ଵବିଦ୍ୟାଳୟର ଅଟଳ କମ୍ୟୁନିଟି ଇନୋଭେସନ୍ ସେଣ୍ଟର ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁନୀଲ ଏମ ପୁନିତ ,ଇଡିପି ସେଲର ଆବାହକ ପ୍ରଫେସର ରାଧନାଥ ପାତ୍ର ଏବଂ ପ୍ରଫେସର ରାକେଶ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।