ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟରେ ଇ- ୟୁଭା କେନ୍ଦ୍ରରେ ଦିଗଦର୍ଶନ କାଯ୍ୟକ୍ରମ

56

ଗୁଣୁପୁର : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟରେ ଇ- ୟୁଭା କେନ୍ଦ୍ର ଏକ ଦିଗଦର୍ଶନ କାଯ୍ୟକ୍ରମ
ଅନୁଷ୍ଟିତ ହୋଇଯାଇଛି।ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ସ୍ଥିତ ଜୈବ ପ୍ରଦ୍ୟୋଗୀକ ଅନୁସନ୍ଧାନ ସହାୟତା ପରିଷଦର ଷ୍ଟାଟଜିକ ପାର୍ଟ ନରଷିପ ଆଣ୍ଡ ଏଣ୍ଟରପ୍ରେନରଶିପ ଡେଭେଲୋପ୍ପମେଣ୍ଟର ମୂଖ୍ୟ ଡ଼ଃ ମନୀଷ ଦିୱାନ ଆଭାସି ମାଧ୍ୟମରେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଜଣେ ଉଦ୍ୟୋଗପତି ହେବା ନିମନ୍ତେ ପ୍ରବର୍ତଇଥିଲେ। ବିଶ୍ଵ ବିଦ୍ୟାଳୟର କୁଳପତି ଡ଼ଃ ଗୌତମ ଘୋଷ ମୁଖ୍ୟବ୍ୟକ୍ତା ଭାବେ ଯୋଗ ଦେଇ ଉତ୍ପାଦନ ଯୁକ୍ତ ଗବେଷଣା କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଭୁବନେଶ୍ୱର ସ୍ଥିତ ଜୈବ ବିଜ୍ଞାନ ସଂସ୍ଥାନର ବାୟୋନେଷ୍ଟର ମୁଖ୍ୟ ଡ଼ଃ ନିବେଦିତା ଜେନା ଉକ୍ତ ବିଭାଗର କାର୍ଯ୍ୟ ଶୈଳୀ ବିଷୟରେ କହିଥିଲେ।ଏଥିରେ ସ୍କୁଲ ଅଫ ଇଂଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜିର ଡିନ ଏ. ବି .ଶ୍ରୀନିବାସ ରାଓ ,ନୂଆଦିଲ୍ଲୀ ସ୍ଥିତ ଜୈବ ପ୍ରଦ୍ୟୋଗୀକ ଅନୁସନ୍ଧାନ ସହାୟତା ପରିଷଦର ଡ଼ଃ ଛାୟା ଚୌହାନ, ହର୍ଷ ଭସ୍ପର ପ୍ରମୁଖ ଆଭାସି ମଧ୍ୟରେ ଯୋଗ ଦେଇ ନିଜର ମତବ୍ୟକ୍ତ କରିଥିଲେ।ଏହି ଇ- ୟୁଭା କେନ୍ଦ୍ରରେ ନୁତନ ରୂପେ ଓ।ର୍ଦ୍ଧ। ସ୍ଥିତ ଜବାହରଲାଲ ନେହୁରୁ ମେଡିକାଲ ମହାବିଦ୍ୟାଳୟ, ଭୁବନେଶ୍ୱର ସ୍ଥିତ ସି ପେ ଟ ମହାବିଦ୍ୟାଳୟ ଏବଂ ଜି ଆଇ ଇ ଟି ବିଶ୍ବ ବିଦ୍ୟାଳୟର ସର୍ବମୋଟ ୧୨ ଜଣ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଛନ୍ତି। ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗ ବିଭାଗର ମୁଖ୍ୟ ଡ଼ଃ ମନୋଜ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ଼ଃ ସୁଦୀପ୍ତ ମଇତି ଧନ୍ୟବାଦ ଅର୍ପଣ କରିଥିଲେ।ଅଧ୍ୟାପିକା ଘନିଷ୍ଠା ପୃଷ୍ଟି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଥିରେ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।