
ସାନଖେମୁଣ୍ଡି ,୩୦/୧୧(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ପାଟପୁର ଥାନାର ପାହାଡ଼ିଆ ଦୁର୍ଗମ ଅଞ୍ଚଳରେ ହରିଜନ ଆଦିବାସୀ ଲୋକେ ବସବାସ କରନ୍ତି । ସେମାନଙ୍କୁ କିଛି ଅସାଧୁ ଶ୍ରେଣୀର ଲୋକେ ଟଙ୍କାର ଲୋଭ ଦେଖାଇ ଜଙ୍ଗଲ କାଟି ଗଞ୍ଜେଇ ଚାଷ କରିବା ପ୍ରଲୋଭନ ଦେଖାଇଥାନ୍ତି l ନିରୀହ ଆଦିବାସୀ କିଛି ଆଗ ପଛ ଚିନ୍ତା ନକରି ଗଞ୍ଜେଇ ଚାଷ କରିଦିଅନ୍ତି l ଗଞ୍ଜାମ ଓ ଗଜପତି ଅଞ୍ଚଳରେ ଗଞ୍ଜେଇ ଚାଷ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରେ ନାମ ରହିଥିବାରୁ ବହୁ ସମୟରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଗଞ୍ଜେଇ ମାଫିଆ ମାନେ ଆସି ଏଠାରୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ନେଇ ଯାଉଥିବା ବେଳେ କେତେକ ପୋଲିସ ହାବୁଡ଼ରେ ପଡି ଗିରଫ ହୋଇ ଜେଲରେ ଥିବା ବେଳେ କେତକ ଗଞ୍ଜେଇ ମାଫିଆ ପୋଲିସ ହାବୁଡ଼ରୁ ଖସି କୋଟି ପତି ହୋଈ କୋଠା ଗାଡି କରି ଖୋଲମ ଖୋଲା ବୁଲି ବ୍ୟବସାୟ କରୁଥିବା ଶୁଣିବାକୁ ମିଳୁଛି । ଆଜି ବେ-ଆଇନ ଗଞ୍ଜେଇ ଚାଷକୁ ଆସ୍କା ଏସଡିପିଓ ଉମାଶଙ୍କର ସିଂ ଙ୍କ ତତ୍ୱାବଧାନରେ ପାଟପୁର ଥାନା ଅଧିକାରୀ ସବ୍ୟସଚ୍ଚି ମଲ୍ଲ, ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଧାରାକୋଟ ଥାନା ଅଧିକାରୀ ଶ୍ରୀମତୀ ମମତା ସାମନ୍ତରାୟ ଓ ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରାଙ୍କ ସମେତ ପୋଲିସ କର୍ମଚାରୀ ମିଳିତ ଭାବେ ଅଚାନକ ପୋଡାମାରି ଓ ତପ୍ତପାଣି ଅଞ୍ଚଳର ବତାଗଡ଼, ସୁବର୍ଣ୍ଣଗଡ଼, ସୀତାପଲ୍ଲୀ, ଶାବରପଲ୍ଲୀ ଓ ଦାମପୁର ଅଞ୍ଚଳର ଘଞ୍ଚ ଜଙ୍ଗଲ ପାହାଡ଼ ଘେରା ଇଲାକାରେ ହୋଇଥିବା ବେ-ଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ମିଳିତ ଚଡାଉ କରି ପ୍ରାୟ ୨୦ ଏକରରୁ ଅଧିକ ଲାଗିଥିବା ଗଞ୍ଜେଇ ଗଛ ନଷ୍ଟ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଜଣାପଡିଛି । ପ୍ରତି ବର୍ଷ ଏପରି ଚଡାଉ କରି କୋଟି କୋଟି ଟଙ୍କାର ବେ-ଆଇନ ଗଞ୍ଜେଇ ଚାଷ ନଷ୍ଟ କରୁଥିଲେ ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ ବାସ ବାସକରୁଥିବା ଲୋକେ ଏହି ଗଞ୍ଜେଇ ଚାଷରୁ ମୁହଁ ଫେରାଇ ନେଉନଥିବା ଦେଖିବାକୁ ମିଳୁଛି ।







