କର୍ଣ୍ଣୋଳୀ ଠାରେ ଅଷ୍ଟଲକ୍ଷୀ ପୂଜା ମହୋତ୍ସବର କ୍ରେଜ୍

80

ଆସିକା,୨୯/୧୧(ଜିଲ୍ଲା ଖବର) :ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ କର୍ଣ୍ଣୋଳୀ କେନ୍ଦ୍ରୀୟ ପଣ୍ୟା ଗାରର ରାମେଶ୍ବର ଶ୍ରମିକ ସଂଘ ପକ୍ଷରୁ ବହୁଦିନ ଧରି ଚାଲିଥିବା ଏହି ଅଷ୍ଟ ମହାଲକ୍ଷ୍ମୀ ପୂଜା ଚଳିତ ବର୍ଷ ମଧ୍ୟ ଚାଲିଥିବା ବେଳେ ଆଜି ସପ୍ତମ ଦିନରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗଞ୍ଜାମ ଜିଲ୍ଲାର ର ବହୁ ଲୋକପ୍ରିୟ ଯୁବ ବିଜେଡି ନେତା ତଥା ସମାସେବୀ ଏ.ସନ୍ତୋଷ ପାତ୍ର (ସନ୍ତୁ ଆନ୍ନା), ଆସିକା ଏନ.ଏ.ସି ଅଧ୍ୟକ୍ଷା ବିନେତା ସ୍ବାଇଁ, ଆସିକା ନଗର ବିଯେଡି ସଭାପତି ସତ୍ୟ ନାରାୟଣ ସ୍ବାଇଁ ଯୋଗ ଦେଇ ମାଆଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏଥି ମଧ୍ୟରେ ବ୍ରହ୍ମପୁରର ଅତି ଜଣାଶୁଣା ଲୋକପ୍ରିୟ ଯୁବ ନେତା ସନ୍ତୁ ଆନ୍ନାକୁ ଆସିକାରେ ପାଇ ଯୁବକଙ୍କ ଗହଣରେ ଅତି ଉତ୍ସାହର ବାର୍ତ୍ତାବରଣ ସୃଷ୍ଟି ହୋଇ ଯାଇଥିଲା।ପବିତ୍ର ମାର୍ଗଶୀର ମାସ ଗୁରୁବାର ପୂଜା ଉଦେଷ୍ୟରେ ଏହି ଅଷ୍ଟ ମହାଲକ୍ଷ୍ମୀ ପୂଜା ୯ ଦିନ ବ୍ୟାପି ଅନୁଷ୍ଠିତ ହେବ। ପୂର୍ବରୁ ଋଷିକୂଲ୍ୟା ଘାଟ ଠାରେ ବରୁଣ ପୂଜା, ଗଙ୍ଗା ପୂଜା ସହ ସନ୍ଦିପୂଜା କରାଯାଇ କୁଆରୀ କନ୍ୟା ସହ ସତାଧିକ ମହିଳା କଳସ ଯାତ୍ରାରେ ଯୋଗଦେଇଥିଲେ। ଆଜି ୭ମ ଦିନରେ ଅଷ୍ଟ ମହାଲକ୍ଷ୍ମୀ ପୂଜା, ସୂର୍ଯ୍ୟପୂଜା, ଘୃତଯଜ୍ଞ, ନାମଯଜ୍ଞ,ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ଅଷ୍ଟ ମହାଲକ୍ଷ୍ମୀ ପୁଜାପାଇଁ ସ୍ବତନ୍ତ୍ର ୮ଟିରୁପରେ ଅବତାର ପାଇଁ ମୂର୍ତ୍ତୀ କରାଯାଇ ମଣ୍ଡପ କରାଯାଇ ପୂଜିତ ହେବେ। ଏହି ଯଜ୍ଞ ପରିଚାଳନା ସଭାପତି ଜିତେନ୍ଦ୍ର ବିଷୋୟୀ ଓ ସମ୍ପାଦକ ବାୟା ବିଷୋୟୀଙ୍କ ସମେତ ସମସ୍ତ ଗ୍ରାମବାସୀ ଉତ୍କଣ୍ଠା ସହିତ କାର୍ଯ୍ୟରେ ଯୋଗଦେଇଛନ୍ତି।