
ଗୁଣୁପୁର,୨୮/୧୧ (ଜିଲ୍ଲା ଖବର ): MBC TV ତରଫରୁ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଜିଲ୍ଲାର ସମସ୍ତ ଉନ୍ନତି ମୂଳକ ପରିବର୍ତ୍ତନ ଉପରେ କାର୍ଯ୍ୟକ୍ରମ ଟି ପର୍ଯ୍ୟବେସିତ ହୋଇଥିବାରୁ ଉକ୍ତ କାର୍ଯ୍ୟକ୍ରମର ନାମ ‘ ପରିବର୍ତ୍ତନ ‘ ରଖାଯାଇଥିଲା। ରାଜନୈତିକ, ସାମାଜିକ,ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ କିପରି ଉନ୍ନତ ଧରଣର ପରିବର୍ତ୍ତନ ଘଟୁଛି, ତାହା ଆଲୋଚନାର ମୁଖ୍ୟ ବିନ୍ଦୁ ଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାର ଜିଲ୍ଲାପାଳ ସ୍ୱଧାଦେବୀ ସିଂହ , ଅନେକ ପୁରୁଖା ରାଜନେତା , ସମାଜସେବୀ ଓ ଶିକ୍ଷାବିତ୍ ଯୋଗଦେଇଥିବାବେଳେ ଗୁଣପୁର ବ୍ଲକ୍ ମହର୍ଷି ଗୁରୁକୂଳ ଶିକ୍ଷାନୁଷ୍ଠାନର ଯୁବ ଶିକ୍ଷାବିତ୍ ଶ୍ରୀଯୁକ୍ତ ରାଜେଶ କୁମାର ପଣ୍ଡା ମହୋଦୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀଯୁକ୍ତ ପଣ୍ଡା ମହୋଦୟ ଉକ୍ତ କାର୍ଯ୍ୟକ୍ରମ ରେ ଭାଗନେଇ ଜିଲ୍ଲାର ଘଟିଥିବା ଉନ୍ନତି ମୂଳକ ପରିବର୍ତ୍ତନ ରେ ଶିକ୍ଷା ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ନିଜସ୍ଵ ଅଭିମତ ପ୍ରକାଶ କରିଥିଲେ। ମଞ୍ଚ ରେ ଆୟୋଜିତ One To One Discussion ରେ ଭାଗ ନେଇଥିଲେ । ଯାହା ରାୟଗଡା ଜିଲ୍ଲା , ଗୁଣପୁର ଅଞ୍ଚଳର ଏବଂ ମହର୍ଷି ଅନୁଷ୍ଠାନ ପ୍ରତି ଏକ ଗର୍ବ ଓ ଗୌରବର ବିଷୟ



