ଓଡ଼ିଆ ଚଳଚ୍ଚିତ୍ର ଦମନ ଦେଖିଲେ ଗୁଣୁପୁର ଅଞ୍ଚଳ ର ସରକାରୀ କର୍ମଚାରୀ ଏବଂ ସାମ୍ବାଦିକ ମାନେ ଆଗ ଧାଡ଼ିର କରୋନା ଯୋଧ୍ୟା

92

ଗୁଣୁପୁର,୨୮/୧୧(ଜିଲ୍ଲା ଖବର) : ସାରା ଦେଶରେ ଚହଳ ସୃଷ୍ଟି କରିଥିବା ସଚେତନ ଧର୍ମୀ ଓଡ଼ିଆ ଚଳଚ୍ଚିତ୍ର ଦମନ ଆଜି ଗୁଣୁପୁର ଗାନ୍ଧି ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଗ ଧାଡ଼ିର କରୋନା ଯୋଦ୍ଧା ଯେପରିକି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ସରକାରୀ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ଚଳଚ୍ଚିତ୍ର ଦେଖାଇଥିଲେ । ମାଲକାନିଗିରି
ଜଣେ ଯୁବ ଡାକ୍ତର କିଭଳି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଚ୍ୟାଲେଞ୍ଜ ସତ୍ତ୍ୱେ ଅଭିନବ ପ୍ରୟାସ କରି ସଫଳତା ହାସଲ କରିଛନ୍ତି ଓ ମ୍ୟାଲେରିଆ ନିରାକରଣ ରେ ଅନ୍ୟ ପାଇଁ ପ୍ରେରଣା ସାଜିଛନ୍ତି ତାହା ଅତି ନିଖୁଣ ଭାବେ ପ୍ରଦର୍ଶିତ ହୋଇଛି । ଯାହାକି ସମସ୍ତ ଙ୍କ ପାଇଁ ଦେଖିବା ଓ ଶିଖିବା ର ବିଷୟ ପାଲଟିଛି । ଏହି ଚଳଚ୍ଚିତ୍ର ବେଶ ଭଲ ହୋଇଛି ବୋଲି ଦର୍ଶକ ଙ୍କ ପ୍ରତିକ୍ରିୟା ମିଳିଥିବା ବେଳେ, ଗୁଣୁପୁର ରେ ଚଳଚ୍ଚିତ୍ର ପ୍ରେକ୍ଷାଳୟ ନ ଥିବାରୁ ଅନେକ ଲୋକ ମନରଞ୍ଜନ ରୁ ବଞ୍ଚିତ ହେଉଛନ୍ତି l ଗୁଣୁପୁର ର ଗାନ୍ଧୀ ବିଶ୍ୱବିଦ୍ୟାଳୟ ଏହି ଚଳ ଚିତ୍ର ଦେଖି ବା ସୁଯୋଗ ଦେଇ ଥିବାରୁ ସମସ୍ତେ ଖୁସି କରିଥିଲେ ।