ବ୍ରହ୍ମପୁର,୧୩/୦୧/୨୦୨୦ (ଲକ୍ଷ୍ମୀନରାୟଣ ମିଶ୍ର) ; ବ୍ରହ୍ମପୁର ଟାଉନ ହଲ ପରିସରରେ ଅଗ୍ରଣୀ ଓଡିଆ ଦୈନିକ ଖବରକାଗଜ ସମ୍ବାଦ କଳିକାର ୨୬ ତମ ସ୍ନନକ୍ଷତ୍ର ଦକ୍ଷିଣ ଓଡ଼ିଶା ମୁଖ୍ୟ ଶାନ୍ତୁନୁ କୁମାର ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପରୋକ୍ତ ମତ ରଖି ଛନ୍ତି। ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକ ଯୋଗ ଦେଇ ସମାଜ ବର୍ତ୍ତମାନ ଏକ ସଂଘର୍ଷ ମୟ ସ୍ଥିତି ଦେଇ ଗତି କରୁଥିବା ବେଳେ ସମ୍ବାଦ କଳିକା କେବଳ ଖବର ପ୍ରସାରଣ କରୁନି ବରଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ବିଭିର୍ଣ ପ୍ରତିଭାକୁ ଉନ୍ମୋଚିତ କରୁଛି।
ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ଏଏସପି ପ୍ରଭାତ ରାଉତରାୟ ଯୋଗଦେଇ ବର୍ତମାନ ଡିଜିଟାଲ ଯୁଗ ହୋଇଥିବା ବେଳେ ଏବେବି ଖବର କାଗଜର ଚାହିଦା ରହିଛି ବୋଲି କହିବା ସହ ଆଜିକାର ଯୁବପିଢୀ ମାନଙ୍କୁ ପ୍ରତ୍ଯହ ଦିନ ମୋବାଇଲ ନ ଦେଖି ସମ୍ବାଦ କଳିକା ଭଳି ଖବରକାଗଜ ପଢିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ପ୍ରତିନିଧି ମାନେ ଉତ୍ତମ ଯୋଗ ସୂତ୍ର ରକ୍ଷା କରି ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି ବୋଲି କହିଥିଲେ। ପରେଆନ୍ତର୍ଜାତିୟ ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନ ସଭାପତି ସୁଶାନ୍ତ କୁମାର ସାବତ ଯୋଗ ଦେଇ ସମ୍ବାଦ କଳିକା ଏକ ନିର୍ଭୀକ ଖବର କାଗଜ ବୋଲି କହିଥିଲେ।,ସ୍ବତନ୍ତ୍ର ଜିଲ୍ଲା ପ୍ରତିନିଧି ପ୍ରଶାନ୍ତି ରାଣୀ ମିଶ୍ର ,ନଗର ପ୍ରତିନିଧି କୈଳାସ ଚନ୍ଦ୍ର ଚୌଧୁରୀ, । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ନାରାୟଣ ମହାଙ୍କୁଡ ପରିଚାଳନା କରିଥିବା ବେଳେ ରଞ୍ଜିତ ନନ୍ଦ, ସାକ୍ଷୀ ଦାସ, ଶିବାନୀ ଉଦ ଉପସ୍ଥିତଥିଲେ।



