
ଧରାକୋଟ,୨୭/୧୧₹ଜିଲ୍ଲା ଖବର) : ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବିତ ରଘୁନାଥ ଜେନାଙ୍କ ପରଲୋକରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ସ୍ବର୍ଗତ ଜେନାଙ୍କ ବଡ଼ଦାଣ୍ଡ ସାହି ସ୍ଥିତ ବାସଭବନ ସମ୍ମୁଖରେ ଶୋକ ସଭା ପାଳନ କରାଯାଇଛି। ହିନେନ୍ଦ୍ର ନାୟକଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଉପସଭାପତି ପିତବାସ ପାଣିଗ୍ରାହୀ, ସାଧାରଣ ସଂପାଦକ ବାସୁଦେବ ନାୟକ, କୋଷାଧ୍ୟକ୍ଷ କାଳୁଚରଣ ତ୍ରିପାଠୀ, କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଅବସର ପ୍ରାପ୍ତ କର୍ମଚାରୀ ସଂଘ ର ଅଭିଯୋଗ ପ୍ରକୋଷ୍ଠ ଅଧ୍ୟକ୍ଷ ରାମଶଙ୍କର ପଟ୍ଟନାୟକ, ସଂଘ ତରଫରୁ ଶୋକାକୁଳ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ସ୍ବର୍ଗତ ଜେନାଙ୍କ ସରକାରୀ କାର୍ଯ୍ୟକାଳ ଓ ସଂଘ ରେ ବିତାଇଥିବା ସମୟ ରେ ଶୃଙ୍ଖଳା, ନିଷ୍ଠାପର ଭାବେ କାର୍ଯ୍ୟ କରିବା ସହ ଜୀବନିର ସୃତି ଚାରଣ କରାଯାଇଥିଲା। ସଂଘ ର ସଂପାଦକ ନିରଞ୍ଜନ ପଟ୍ଟନାୟକ, ଯୁଗ୍ମ ସଂପାଦକ ବିପିନ୍ ଦାସ୍, ପଞ୍ଚାନନ ସାହୁ, ସୁଧାକର ସାହୁ,ସିମାଞ୍ଚଳ ତ୍ରୀପାଠୀ ପ୍ରମୁଖ କାର୍ଯ୍ୟ କ୍ରମକୁ ସହଯୋଗ ପ୍ରଦାନ କରିଥିଲେ।



