
ଆସିକା,୨୬/୧୧(ଜିଲ୍ଲା ଖବର) : ଆସିକା ସମବାୟ ଚିନିଶିଳ୍ପ ଲିଃ ର ପ୍ରଥମ ପରିଚାଳନା ପରିଷଦ ବୈଠକ ଚିନିଶିଳ୍ପ ସଭାଗୃହ ଠାରେ ପରିଚାଳନା ସଭାପତି ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଛି.ଏହି ସଭାରେ ଭାରପ୍ରାପ୍ତ ପରିଚାଳନା ନିର୍ଦେଶକ ଆର. ଚନ୍ଦ୍ରଶେଖର ରେଡ୍ଡୀ ନବନିର୍ବାଚିତ ସଭାପତି ରବୀନ୍ଦ୍ର ପଣ୍ଡା ଓ ଅନ୍ୟ 14ଜଣ ସଭ୍ୟଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ.ଏହାପରେ ଗତ 23/11/2022ରେ ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ସମ୍ପାଦକ ପ୍ରଫୁଲ୍ଲ କୁମାର ନାହାକଙ୍କ ଦେହାନ୍ତରେ ଶୋକ ପ୍ରସ୍ତାବ ଆଗତ କରି ସଭଗୃହଠାରେ 5ମିନଟ ନିରବ ପ୍ରାଥନା କରିଥିଲେ. ଏବଂ ତାଙ୍କ ପରିବାର କୁ ସମବାୟ ଚିନିଶିଳ୍ପ ପକ୍ଷରୁ 71500.00ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ.1993-1994ମସିହାରେ ଆସିକା ସମବାୟ ଚିନି ଶିଳ୍ପ ଆଖୁପେଡା କ୍ଷମତାର ସମ୍ପ୍ରସାରଣ ପାଇଁ ତତକାଳୀନ ଚିନିଶିଳ୍ପ ଏମ. ଡ଼ି ରବୀନ୍ଦ୍ର କୁମାର ମହାପାତ୍ର ଙ୍କ ଉଦ୍ୟମରେ ନୂଆଦିଲ୍ଲୀ ସ୍ଥିତ (NCDC)ଜାତୀୟ ସମବାୟ ଉନ୍ନୟନ ନିଗମ 9କୋଟି ଋଣ ଆଣି ଚିନିଶିଳ୍ପ କୁ ନୂତନ ରୂପରେଖ ସହ ଉଚ୍ଚ କ୍ଷମତା ସମ୍ପର୍ଣ କାର୍ଯ୍ୟରେ ବିନିଯୋଗ କରିଥିଲେ. ଏହି ଋଣ ଟଙ୍କା ବାବଦକୁ ଚିନିଶିଳ୍ପ 2009ସୁଦ୍ଧା 9କୋଟି ଟଙ୍କା ପ୍ରଦାନ କରିଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଏହା 34କୋଟି ଋଣ ରୂପେ ରହିଛି. ଏହାକୁ ଏକ କାଳୀନ ସରଳ ସୁଧ ପରିଷଦ ନୀତିରେ ପରିଶୋଧ ପାଇଁ ଆଜି NCDC ସହ ତ୍ରିପାକ୍ଷିକ ଚୁକ୍ତି ପାଇଁ ଚିନିଶିଳ୍ପ 2ଜଣ ଅଧିକାରୀଙ୍କୁ କ୍ଷମତା ପ୍ରଦାନ ପାଇଁ ନିଷ୍ପତି ଗ୍ରହଣ କରିଥିଲା. ସେହିଭଳି ରାଜ୍ୟ ସରକାର ଙ୍କର କୃଷି ବିଭାଗ ଦ୍ୱାରା ଆସିକା ଚିନି ଶିଳ୍ପ କୁ ଆଖୁ ଯୋଗାଉଥିବା ଆଖୁ ଚାଷୀଙ୍କୁ ଆଖୁ ବିହନ ଓ ଆଖୁଚାଷ ପାଇଁ 2କୋଟି 65ଲକ୍ଷ ଟଙ୍କା ପ୍ରଦାନ କରିଥିବା ଅର୍ଥ କୁ ଏକ ଯୋଜନା ମାଧ୍ୟମରେ ଆଖୁ ଚାଷୀ ଙ୍କୁ ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା. ସହଲ ଆଖୁରୋପଣ ପାଇଁ ଏକର ପିଛା 3ହଜାର ପ୍ରୋତ୍ସାହନ ରାଶି ଚାଷୀଙ୍କୁ ପ୍ରଦାନ ପାଇଁ ଚିନିଶିଳ୍ପ ଘୋଷଣା କରିଛନ୍ତି. ଏହି ବର୍ଷ ଚିନିଶିଳ୍ପ ରେ ତୁରନ୍ତ ଆଖୁ ପୋତା ପାଇଁ ଆସନ୍ତା ଡିସେମ୍ବର ଦ୍ଵିତୀୟ ସପ୍ତାହରେ ଶୁଭାରମ୍ଭ କରିବା ପାଇଁ ଘୋଷଣା କରାଯାଇଥିଲା. ଗଞ୍ଜାମ ଜିଲ୍ଲା ଆଖୁଚାଷି ସଙ୍ଘର ସଭାପତି ସମୀର ପ୍ରଧାନ ଉପସଭାପତି ନାରାୟଣ ଜେନାଙ୍କ ପକ୍ଷରୁ ଏକ ପାଞ୍ଚ ଦଫା ଦାବିକୁ ସଭାପତି ଗ୍ରହଣ କରିଥିଲେ. ଏହି ବର୍ଷ ଆଖୁଚାଷୀଙ୍କୁ ଟନ ପିଛା 3500ଟଙ୍କା ଦେବାପାଇଁ ଗତ ମହାବାତ୍ୟାର କ୍ଷତିପୂରଣ ପ୍ରଦାନ, ବିହନ ସାର କୀଟନାଶକ ଠିକ ସମୟରେ ଚାଷୀଙ୍କୁ ପ୍ରଦାନ ନିମନ୍ତେ ଦାବି କରିଥିଲେ. ଏହି ବୈଠକରେ ସମସ୍ତ 14ଜଣ ନୂତନ ଆଖୁ ପରିଚାଳନା ପରିଷଦ ସଦସ୍ୟ ଗୀତପାତ୍ର, ପୂର୍ଣ୍ଣ ଚନ୍ଦ୍ର ବରଡ଼, ଉଦୟନାଥ ପ୍ରଧାନ, ଶତ୍ରୁଘ୍ନ ଭୂୟାଁ, ବସନ୍ତ କୁମାର ଦଳେଇ, ସ୍ନେହଲତା ଚାନ୍ଦ, ଏସ.ଆରଲୁ ରେଡ୍ଡୀ, ସନ୍ତୋଷ କୁମାର ପ୍ରଧାନ, ରତ୍ନାକର ସାହୁ, ସରୋଜିନୀ ଲେଙ୍କା, ଧର୍ମ ପ୍ରଧାନ, ଶରତ କୁମାର ପ୍ରଧାନ, ସୁଦର୍ଶନ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ତତ ସହ ଚିନିଶିଳ୍ପ ଭାରପ୍ରାପ୍ତ ଅଧିକାରୀ ଆର. ଚନ୍ଦ୍ରଶେଖର ରେଡ୍ଡୀ, କ୍ୟାନ ମ୍ୟାନେଜର ପ୍ରଶାନ୍ତ କୁମାର ପାଣି, ଚିଫ ଇଞ୍ଜିନିଅର ବସନ୍ତ ଦାଶ, ଚିଫ ପ୍ରୋସେସ ମ୍ୟାନେଜର ଶ୍ରୀନିବାସ ମହାପାତ୍ର, ମୁଖ୍ୟ ହିସାବ ରକ୍ଷକ ଚିନ୍ମୟ ରଂଜନ ନାୟକ ଅଫିସ ସୁପରିଟେଣ୍ଡ ପ୍ରଶାନ୍ତ କୁମାର କର, ବାଇଧର ନାଇକ, ସିଡ଼ିଏସ ବାଇଧର ନାହାକ, ସନ୍ତୋଷ କୁମାର ପଟ୍ଟନାୟକ, ବରିଷ୍ଠ କିରାନୀ,ଇ ଅରୁଣ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ, ପ୍ରକାଶ ଥାଉକି ବରିଷ୍ଠ ଆଖୁଚାଷୀ ନେତା ଲଳିତ ମୋହନ ଦାସ ଆଖୁ ଟନ ପିଛା 4000.00କରିବାକୁ ଦାବି କରିଥିଲେ।



