ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ନିର୍ଯ୍ୟାତନା ନିବାରଣ, ଯୌନ ଉତ୍ପୀଡନ କାର୍ଯ୍ୟକ୍ରମ ତଥା ସମ୍ବୀଧାନ ଦିବସ ପାଳନ

63

ଆସିକା,୨୬/୧୧(ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟ ପ୍ରାଙ୍ଗଣରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟସୂଚ଼ୀ ଅନୁସାରେ ନିର୍ଯ୍ୟାତନା ନିବାରଣ କାର୍ଯ୍ୟକ୍ରମ (ଆଣ୍ଟିରାଗିଙ୍ଗ୍), ଯୌନ ଉତ୍ପୀଡ଼ନ (ସେକ୍ସୁଆଲ୍ ହାରାସମେଣ୍ଟ୍) ଓ ସମ୍ବୀଧାନ ଦିବସ ପାଳନ ନିମନ୍ତେ ଏକ ସଚ଼େତନ ସଭା ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଡ. ସ୍ମିତାରାଣୀ ପଣ୍ଡା ସଭାପତିତ୍ବ କରିଥିଲେ। ସେ ଛାତ୍ରୀମାନଙ୍କୁ ଉକ୍ତ ସଭାର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। ଡ. ନନ୍ଦିତା ଦାଶ ଯୌନ ଉତ୍ପୀଡନର କାରଣ ଓ ଏହାର ପ୍ରତିରୋଧ ବିଷୟରେ ଛାତ୍ରୀମାନଙ୍କୁ ସଚ଼େତନ କରିଥିଲେ। ଅଧ୍ୟାପିକା ସୁଶ୍ରୀ ସାପା ରଂଜିତାରାଣୀ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ବିଷୟରେ ଅବଗତ କରାଇଥିଲେ। ଅଧ୍ୟାପିକା ସୁଶ୍ରୀ ମିନତି ବେହେରା ଭାରତୀୟ ସମ୍ବୀଧାନର ମୁଖ୍ୟ ଅନୁଚ୍ଛେଦ ଗୁଡିକର ମହତ୍ବ ତଥା ସମ୍ବୀଧାନର ପ୍ରତିଷ୍ଠାତା ଡ. ଭୀମାଜୀରାଓ ଅମ୍ବେଦକରଙ୍କ କୃତିତ୍ବକୁ ଦୃଷ୍ଟି ଆକର୍ଷଣ କରାଇଥିଲେ। ଏତଦ୍-ବ୍ୟତୀତ ଅଧ୍ୟାପିକା ଶ୍ରୀମତୀ ଶୈଲ କୁମାରୀ ଝା ତଥା ଶ୍ରୀମତୀ ଜୀନିତ୍ ସବା ଛାତ୍ରୀମାନଙ୍କୁ ଉକ୍ତ ଶିବିରର ସଂଦର୍ଭ ବିଷୟରେ ଉଦବୋଧନ କରିଥିଲେ। ଛାତ୍ରୀ ସୁଶ୍ରୀ ବନ୍ଦନା ପ୍ରଧାନ (ତୃତୀୟ ବର୍ଷ ବିଜ୍ଞାନ) ଓ ସୁଶ୍ରୀ ସଂଘମିତ୍ରା ଜେନା (ତୃତୀୟ ବର୍ଷ କଳା) ନିଜ ଅଭିଜ୍ଞତା ସହପାଠିନୀଙ୍କ ସହିତ ବାଣ୍ଟିଥିଲେ। ଉକ୍ତ ସଭାରେ ୫୦୦ ଶହରୁ ଊର୍ଦ୍ଧ୍ବ ଛାତ୍ରୀ ତଥା ଅନୁଷ୍ଠାନର ସମସ୍ତ ଅଧ୍ୟାପିକା ଉପସ୍ଥିତ ରହି ଶୀର୍ଷକ ବିଷୟରେ ନିଜର ସୁଚିନ୍ତିତ ମତ ବ୍ୟକ୍ତ କରିଥିଲେ। ପରିଶେଷରେ ଅଧ୍ୟାପିକା ଶ୍ରୀମତୀ ବନଶ୍ରୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।