ଲୋକେ ମନେ ପକାଇଲେ ସମ୍ବିଧାନ କୁ

93

ଭଞ୍ଜନଗର ,୨୬/୧୧(ଜିଲ୍ଲା ଖବର) : ପ୍ରଥମ ଥରପାଇଁ ଭଞ୍ଜନଗର ରେ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି. ବରିଷ୍ଠ ଆଇନ ଜୀବୀ ସୋମନାଥ ନାୟକ ଙ୍କ ଆବାହକତ୍ୱରେ ଏକ ଆଲୋଚନା ଚକ୍ର ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ଛକ ରେ ଖୋଲା ଆକାଶ ତଳେ ଏହା ଅନୁଷ୍ଠିତ ହୋଇଥିଲା ଅପରାହ୍ନ 5ଘଟିକା ରୁ 7ଘଟିକା ପର୍ଯ୍ୟନ୍ତ ଶ୍ରୀଯୁକ୍ତ ଲିଙ୍ଗରାଜ ଜେନା ସଭାପତିତ୍ୱ କରିଥିବା ବେଳେ ଶ୍ରୀଯୁକ୍ତ ଅଭିମନ୍ୟୁ ଗୌଡ଼ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥଲେ. ସର୍ବଶ୍ରୀ ପଦ୍ମ ଚରଣ ପ୍ରଧାନ, ଭଂଜକିଶୋର ପ୍ରଧାନ, ନିରଞ୍ଜନ ପ୍ରଧାନ ବିପ୍ରଚରଣ ସାହୁ, ଅଶୋକ kumar ସାହୁ (ଅନୁଫର୍ଦ ), ଅଭିମନ୍ୟୁ ଭୁଆଁୟା ରଘୁନାଥ ପାତ୍ର, ସନ୍ତୋଷ କୁମାର ପଣ୍ଡା, ଶିବପ୍ରସାଦ ସୁବୁଦ୍ଧି, ଶିବରାମ ପ୍ରଧାନ ପ୍ରମୁଖ ଆଲୋଚନା ଅଂଶ ଗ୍ରହଣ କରିଥିଲେ. ଆରମ୍ଭ ରେ ସମ୍ବିଧାନ ପ୍ରଣେତା ଡ଼କ୍ଟର ଆମ୍ବେଦକର ଙ୍କ ସ୍ମୃତି ଚାରଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜଣା ଯାଇଥିଲା. ପରେ ପରେ ସମ୍ବିଧାନ ର ପ୍ରିଏମବେଲ ସମସ୍ତେ ଠିଆ ହୋଇ ପାଠ କରିଥିଲେ. ଆଲୋଚକ ମାନେ ଓଡିୟାରେ ସମ୍ବିଧାନ ପୁସ୍ତକ ଯୋ ଗାଇଦେବା ଉପରେ ଗୁରୁତ୍ୱ ଦେଇ ଗାଁ ଗାଁର ସମ୍ବିଧାନ ଗୃହ ନିର୍ମାଣ କରାଯାଉ ବୋଲିମତ ପ୍ରକାଶ କରିଥିଲେ. ଆବାହକ dr ଆମ୍ବେଦକର ଙ୍କ ଉକ୍ତି ଉଦ୍ଧାର କରି କହିଥିଲେ ସମ୍ବିଧାନର ଅସଲ ଉଦ୍ବେଷ ଏହାଗ୍ରହଣ ହେବାର 72ବର୍ଷ ବିତିଯାଇଥିଲେ ମଧ୍ୟ ଶାସକ ମାନଙ୍କ ଆନ୍ତରିକତା ଅଭାବ ରୁ ପୂରଣ ହୋଇ ପାରିନାହିଁ. ସାଧାରଣ ବର୍ଗ ଯେଉଁ ପର୍ଯ୍ୟନ୍ତ ସାମାଜିକ, ଅର୍ଥନୈତିକ ସମାନତା ହାସଲ କରିନାହାନ୍ତି, ସମ୍ବିଧାନ ର କୌଣସି ମୂଲ୍ୟ ନାହିଁ ବୋଲି ସେ ମତ ଦେଇଥିଲେ. ସଭାଶେଷରେ ଅଶୋକ କୁମାର ସାହୁ ଧନ୍ୟବାଦ ଦେଇଥିଲେ