Home ଆଞ୍ଚଳିକ ଦ୍ୱିତୀୟ ସଂଧ୍ୟାରେ ଆସିକା ଫେଷ୍ଟିଭାଲ

ଦ୍ୱିତୀୟ ସଂଧ୍ୟାରେ ଆସିକା ଫେଷ୍ଟିଭାଲ

107

ଆସିକା,୧୨/୧(ଖିରୋଦ ଚନ୍ଦ୍ର ବେହେରା) ; ଖୁବ ଜାକଜକମରେ ଆଜି ଦର୍ଶକଙ୍କ ଭିଡ ଜମିଛି । ଏହି ଉତ୍ସବକୁ ଆଜି ମାନ୍ୟବର ସଂସଦୀୟ ଓ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦଘାଟନ କରିଛନ୍ତି । ଏହି ଉଦଘାଟନ ଉତ୍ସବରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ପୂର୍ବତନ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,ପୂର୍ବତନ ବ୍ରହ୍ମପୁର ବିଡିଏ ଚ୍ୟାରମ୍ୟାନ ସୁବାଷ ମହାରଣା ସହ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଛ ସହ ଉପଢୈାକନ ଦେଇ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଆସିକା ବ୍ଲକର ପାଣ୍ଡିଆପଥର ସରପଚଂ ନିଳାଚଂଳ ଗୈାଡ,ଗଙ୍ଗାପୁର ସରପଚଂ ସନିଳା ବେହେରା,ଗହଙ୍ଗୁ ସରପଚଂ,ଦେବଭୂମି ସରପଚଂ ବିଜୟ ଦଳାଇ,ସମିତି ସଭ୍ୟ ସନ୍ତୋଷ ନାୟକ ସମେତ ବହୁ ସରପଚଂଙ୍କୁ ସମ୍ମାନୀତ କରାଯାଇଥିଲା ।

ମୁଖ୍ୟ ଅତିଥି ମନ୍ତ୍ରୀ ଆସିକା ଭଳି ଏକ କଳାସଂସ୍କୃତିର ସହରରେ ଆସିକା ଫେଷ୍ଟିଭାଲ ଏକ ଇତିହାସ ବୋଲି ମତବ୍ୟକ୍ତି କରିଥିଲେ । ରାଜ୍ୟର କଳାସଂସ୍କୃତିକୁ ବଜାୟ ରଖିବା ପାଇଁ ଏହା ଏକ ସ୍ୱତନ୍ତ୍ର ପ୍ରୟାସ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଆସିକାର ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଆସିକା ଡି-ପାଉଲ ସ୍କୁଲ,ହିଞ୍ଜିଳିକାଟୁ ନୃତ୍ୟମ୍ ଡ୍ୟାନ୍ସ ଏକାଡେମୀ,ଆସିକା ହରିହର ହାଇସ୍କୁଲ,ସାରସ୍ୱତ ବିଦ୍ୟା ନିକେତନ କର୍ଣ୍ଣୋଳି, ଆସିକା ନୂଆଗାଁ ଜୟ ଜଗନ୍ନାଥ ସଂକୀର୍ତନ ଦଳ ପ୍ରମୁଖ ଦ୍ୱିତୀୟ ଦିନ ସଂଧ୍ୟାରେ ନିଜ ନିଜ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶୃଙ୍ଖଳା ଦୃଷ୍ଟିରୁ ଏହି ଫେଷ୍ଟିଭାଲ ଅବସରରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି ।