ଧରାକୋଟ ପୋଲିସ ହେପାଜତରୁ ଫେରାର ଥିବା ଆସାମୀ ଗିରଫ    

67

ଧରାକୋଟ,୨୬/୧୧(ଜିଲ୍ଲା ଖବର) : ଧରାକୋଟ ପୋଲିସ ହେପାଜତରୁ ଫେରାର ଥିବା K ନୁଆ ଗାଁ ଥାନା ଅନ୍ତର୍ଗତ ଗଡସାମନ୍ତରା ପୁର ଗ୍ରାମର ଅଭିଯୁକ୍ତ  କୃଷ୍ଣ ସେଠୀ କୁ ଗିରଫ କରାଯାଇ ୨୪୪/୨୨ ପ୍ରକାରେ କୋର୍ଟ ଚାଲଣ କରାଯାଇଛି।ପ୍ରକାଶ ଥାଉକି ଗତ ୧୪.୧୧.୨୨ ମଙ୍ଗଳବାର ଦିନ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅଭିଯୁକ୍ତ କୁ ଧରାକୋଟ ଥାନାର ଦୁଇ ଜଣ କନଷ୍ଟେବଳ ନେଇଥିବା ବେଳେ ପୋଲିସ ହେପାଜତରୁ ବ୍ରହ୍ମପୁର ରୁ କୃଷ୍ଣ ଚନ୍ଦ୍ର ସେଠୀ ଫେରାର ହୋଇ ଯାଇଥିଲା। ଏନେଇ ଗଂଜାମ SP ଧରାକୋଟ ଥାନାର ଦୁଇ ଜଣ କନଷ୍ଟେବଳ କୁ କାର୍ଯ୍ୟ ରେ ଅବହେଳା ପାଇଁ ନିଳମ୍ବିତ କରିଥିଲେ।। ଦୁଇ ଜଣ କନଷ୍ଟେବଳ ହେଲେ ଶିବ ପ୍ରସାଦ ଜେନା ଓ ପଙ୍କଜ କାର୍ଯୀ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସେଠୀ ଶନିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରୁ ଧରାକୋଟ ଥାନା ଅଧିକାରୀ ମମତା ସାମନ୍ତରାୟ ଙ୍କ ନେତୃତ୍ବରେ ଚଢ଼ାଉ କରି ଗିରଫ କରାଯାଇଛି।