ସତ୍ୟ ସାଇବାବା ଙ୍କ ୯୭ ତମ ଜନ୍ମ ଦିବସ

43

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ଶ୍ରୀ ସତ୍ୟ ସାଇ ସେବା ସମିତି, ବେବର୍ତ୍ତା ସାହି ଠାରେ, ବହୁ ଆଡମ୍ବର ସହିତ ଶ୍ରୀ ସତ୍ୟ ସାଇବାବା ଙ୍କ ୯୭ତମ ଜନ୍ମ ଦିବସ ପାଳନ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ କିଡସ୍ ଗୀ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ର କୁମାର ଶତପଥି ମୁଖ୍ୟ ଅତିଥୁ ରୂପେ ଯୋଗ ଦେଇ ଶ୍ରୀ ସତ୍ୟ ସାଇବାବା ଙ୍କ ମହତବାଣୀ ର ସାମ୍ୟକ ସୂଚନା ଦେଇ ଛାତ୍ର ଛାତ୍ରୀ ଙ୍କ ସହ ଉପସ୍ଥିତ ସମସ୍ତ ଜନସମାଜର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଏହି ଅବସରରେ ସତ୍ୟ ସାଇ ସେବା ସମିତି, ଗୁଣପୁର ଆବାହକ ସ୍ଵାଗତ ଭାଷଣ ଦେଇ, କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କିଡସ୍ ଗୀ ପବ୍ଲିକ ସ୍କୁଲ ର ବାଳବିକାଶ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ଓ ସାଇ ସମ୍ବଲପୁରୀ ଭଜନ ସଙ୍ଗୀତ ରେ ନୃତ୍ୟ ପରିବେଷଣ କରାଯାଇଥିଲା। ଏତଦ୍ ବ୍ୟତୀତ ସାଇ ସେବା ସମିତି ଗୁଣପୁର ବାଳଵିକାଶ ପିଲାମାନଙ୍କ ଦ୍ଵାରା ମଧ୍ୟ ଵେଦପାଠ, ଶ୍ଲୋକ ଆବୃତ୍ତି, ପୁରାତନ ସଂସ୍କୃତିସହ ଯୋଡିତ ଭବିଷ୍ୟତ ଗାଥା, ତଥା ଏକ ସୁନ୍ଦର ନାଟକ, ଜୀବ ହତ୍ୟା ମହାପାପ ଉକ୍ତି ଟିକୁ ରକ୍ଷା ପାଇଁ ପରିବେଷଣ କରାଯାଇଥିଲା। ଏହି ସବୁ କାର୍ଯ୍ୟକ୍ରମଗୁଡ଼ିକ ସତ୍ୟ ସାଇ ସେବା ସମିତି ଗୁଣପୁର ର ଯୁବ ପରିଚାଳକ କେ.ଅଶୋକ ଭାଇଙ୍କ ତତ୍ତ୍ଵାବଧାନରେ, କିଡସ୍ ଗୀ ବାଳଵିକାଶ ଗୁରୁଜୀ,ଗୁରୁମା ଅନୁଷ୍ଠାନ ର ଅଧ୍ୟକ୍ଷା ସ୍ଵୟଂପ୍ରଭା ମହାପାତ୍ର, ତଥା ସାଇ ସେବା ସମିତି ଗୁଣପୁର ର ସମସ୍ତ କୋଡିନେଟର୍ ଭାଇଭଉଣୀ ଏସ୍ ସିଵାନୀ, ଜି.ସାଇଵାଣି, ସାଇସୂଵର୍ଣ୍ଣା, ସାତ୍ତ୍ୱିକା,ସାଇ ରୋହିତ
ଙ୍କ ସହଯୋଗ ରେ ପରିଚାଳିତ ହୋଇଥିଲା। ଶେଷରେ ଆବାହକ ଶ୍ରୀ ଶିବ ଦୁର୍ଗୈୟା ମହୋଦୟ ଙ୍କ ଦ୍ଵାରା ସମସ୍ତ ଛାତ୍ରଛାତ୍ରୀ ଓ ସମସ୍ତ ବାଳଵିକାଶ ଗୁରୁଜୀ ଗୁରୁମା ମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା ଏବଂ ପରିଶେଷରେ ସମସ୍ତ ସାଇପ୍ରେମୀ ଦର୍ଶକଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।