ସହଯୋଗ ଲୋଡିଲେ, ହେଲେ ବିଜେଡି ବିଧାୟକ ନିଜେ ଆସିଲେନି

33

ଢେ଼ଙ୍କାନାଳ,୨୫/୧୧(ଜିଲ୍ଲା ଖବର) : ଜନ ସାଧାରଣଙ୍କ ସହଯୋଗ ଲୋଡିଲେ ହେଲେ ଆନ୍ଦୋଳନ ସ୍ଥଳକୁ ଆସିଲେନି ଢ଼େଙ୍କାନାଳ ବିଜେଡି ବିଧାୟକ ସୁଧିର କୁମାର ସାମଲ।କଟକ ସମ୍ବଲପୁର ରାସ୍ତା ର ଦୁରାବସ୍ତା ପାଇଁ ଆଜି ଢ଼େଙ୍କାନାଳ ଜିଲ୍ଲା ବିଜେଡି ପକ୍ଷରୁ ଚାରି ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା।ମାତ୍ର ପ୍ରେସମିଟ କରି ଏଥି ନିମନ୍ତେ ସହଯୋଗ ଲୋଡ଼ିଥିବା ଢେଙ୍କାନାଳର ବିଜେଡି ବିଧାୟକ ସୁଧିର କୁମାର ସାମଲଙ୍କ ଦେଖା ଦର୍ଶନ ମିଳିନଥିଲା।ଗତକାଲି ଲେଡି ବ୍ଲକ୍ ମେଲର ଅର୍ଚ୍ଚନା ନାଗ ଲିଙ୍କ୍ ଥିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ତାଙ୍କ ଭାଇ ଗଙ୍ଗାଧର ସାମଲ ଙ୍କୁ ଦଶ ଘଣ୍ଟା ଜେରା କରାଯାଇଥିଲା।ଜେରା ପରେ ବିଶିଷ୍ଟ ଶିଳ୍ପପତି ଗଣମାଧ୍ୟମ ସମ୍ମୁଖରେ ନିଜର ପକ୍ଷ ରଖିଥିଲେ।କେବଳ ସୁଧିର ସାମଲ ନୁହନ୍ତି ଆନ୍ଦୋଳନ ସ୍ଥଳରେ ଜଣେ ହେଲେବି ସ୍ଥାନୀୟ ବିଧାୟକ କିମ୍ବା ମନ୍ତ୍ରୀ ଉପସ୍ଥିତ ନଥିଲେ।ଜାତୀୟ ରାଜପଥର ଦୂରାବସ୍ଥା ନେଇ ବିଜୁ ଜନତା ଦଳ ଆନ୍ଦୋଳନ କରୁଛି ମାତ୍ର ଜଣେ ହେଲେବି ବରିଷ୍ଠ ନେତା ବା ବିଧାୟକ ଉପସ୍ଥିତ ନଥିବା ବର୍ତ୍ତମାନ ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି।